‘ଅଗ୍ନିବୀର’ଙ୍କୁ ମହିନ୍ଦ୍ରା ଗ୍ରୁପରେ ମିଳିବ ନିଯୁକ୍ତି ସୁଯୋଗ: ଆନନ୍ଦ ମହିନ୍ଦ୍ରା

0
156
mahindra group will offers-jobs-to-agniveer-after-service

ନୂଆଦିଲ୍ଲୀ: ମହିଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିଦ୍ରା ଅଗ୍ନିବୀରଙ୍କ ପାଇଁ ବଡ଼ ଅଫର ଘୋଷଣା କରିଛନ୍ତି । ୪ ବର୍ଷ ମଧ୍ୟରେ ଅଗ୍ନିବୀର ଯେଉଁ ଜ୍ଞାନ କୌଶଳ ହାସଲ କରିବେ ଏବଂ ଯେପରି ଶୃଙ୍ଖଳିତ ହେବେ ତାହା ଦ୍ୱାରା ସେମାନଙ୍କୁ ନିଜ କମ୍ପାନୀରେ ନିଯୁକ୍ତି ପାଇଁ ଭଲ ସୁଯୋଗ ସୃଷ୍ଟିହେବ । ସେନାରେ ଶୃଙ୍ଖଳିତ ଏପରି ଯୁବକଙ୍କୁ ମହିନ୍ଦ୍ରା ଗ୍ରୁପ ସ୍ୱାଗତ କରୁଛି ବୋଲି ଆନନ୍ଦ ମହିନ୍ଦ୍ରା ଟ୍ୱିଟ କରି ଜଣାଇଛନ୍ତି । ସେନାରୁ ଅବସର ନେଲାପରେ ଅଗ୍ନିବୀରଙ୍କୁ ମହିନ୍ଦ୍ରା ଗ୍ରୁପରେ କାମ କରିବାର ସୁଯୋଗ ମିଳିବ । ଯେଉଁମାନେ ସେନାରେ ଶୃଙ୍ଖଳିତ ଏବଂ କୁଶଳୀ ଥିବେ ସେମାନଙ୍କୁ ନିଯୁକ୍ତି ମିଳିବ ବୋଲି କହିଛି ମହିଦ୍ରା ଗ୍ରୁପ୍ ।

ଜୁନ୍ ୧୪ରେ ଅଗ୍ନିପଥ ଯୋଜନା ଘୋଷଣା ପରଠାରୁ ଏହି ଯୋଜନା ବିରୋଧରେ ଅନେକ ରାଜ୍ୟରେ ଆଶାୟୀ ପ୍ରାର୍ଥୀଙ୍କ ଆନ୍ଦୋଳନ ଜାରି ରହିଛି | ଏହି ଯୋଜନାରେ ପେନ୍‌ସନ୍‌ ସୁବିଧା ନାହିଁ ଏବଂ ଚାକିରି କାଳ କେବଳ ଚାରି ବର୍ଷରେ ସୀମିତ ରଖାଯାଇଛି । ଯାହାକୁ ନେଇ ଆଶାୟୀ ଯୁବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ମହିନ୍ଦ୍ରା ଗ୍ରୁପ୍‌ର ଚୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ଟ୍ବିଟ୍ କରି କହିଛନ୍ତି, “ଅଗ୍ନିପଥ ଯୋଜନା ଘୋଷଣା ପରେ ଯେଉଁଭଳି ହିଂସା ଘଟୁଛି, ସେଥିରେ ମୁଁ ଦୁଃଖିତ ଓ ନିରାଶ | ଗତ ବର୍ଷ ଯେତେବେଳେ ଏହି ଯୋଜନା ଉପରେ ବିଚାର କରାଯାଉଥିଲା, ମୁଁ କହିଥିଲି ଯେ ଅଗ୍ନିବୀର ମାନେ ଯେଉଁ ପ୍ରକାର ଅନୁଶାସନ ଏବଂ କୌଶଳ ହାସଲ କରିବେ ତାହା ତାଙ୍କୁ ନିଯୁକ୍ତି ଯୋଗ୍ୟ କରିବ | ଏପରି ତାଲିମପ୍ରାପ୍ତ, କୁଶଳୀ ଯୁବକମାନଙ୍କୁ ମହିନ୍ଦ୍ରା ଗ୍ରୁପ୍ ନିଯୁକ୍ତି (ଚାକିରି) ସୁଯୋଗ ଦେବ |”

Also Read  ରାଜ୍ୟରେ ସାମାନ୍ୟ ବଢ଼ିଲା ସଂକ୍ରମଣ : ଦିନକରେ ୧୭୧୨ ଆକ୍ରାନ୍ତ

LEAVE A REPLY

Please enter your comment!
Please enter your name here