ଅଗ୍ନିବୀରଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କଲା ସେନା, ଜୁଲାଇରୁ ଆରମ୍ଭ ହେବ ପ୍ରକ୍ରିୟା

0
46
agniveer-recruitment notification-released

ନୂଆଦିଲ୍ଲୀ: ଭାରତ ସରକାରଙ୍କ ନୂଆ ଅଗ୍ନିପଥ ଯୋଜନା ଅନ୍ତର୍ଗତ ଅଗ୍ନିବୀରଙ୍କ ନିଯୁକ୍ତି ପାଇଁ ଭାରତୀୟ ସେନା ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଦେଶର ଅନେକ ସ୍ଥାନରେ ଅଗ୍ନିପଥ ଯୋଜନାକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି । ସରକାର ଆନ୍ଦୋଳନକାରୀଙ୍କୁ ବୁଝାଇବା ପାଇଁ ସମସ୍ତ ପ୍ରୟାସ କରୁଛନ୍ତି । ଏହାରି ମଧ୍ୟରେ ଭାରତୀୟ ସ୍ଥଳ ସେନା ପକ୍ଷରୁ ଅଗ୍ନିପଥଯୋଜନା ଆଧାରରେ ଅଗ୍ନିବୀରଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଜୁଲାଇ ପ୍ରଥମ ସପ୍ତାହରୁ ଅଗ୍ନିବିରଙ୍କ ନିଯୁକ୍ତି ରାଲି ପାଇଁ ପଞ୍ଜିକରଣ ଆରମ୍ଭ ହେବ । ଏ ସମ୍ପର୍କରେ ସବିଶେଷ ତଥ୍ୟ ଖୁବଶୀଘ୍ର ଭାରତୀୟ ସେନାର ଅଫିସିଆଲ ୱେବସାଇଟରେ ଉପଲବ୍ଧ ହେବା ନେଇ ସୂଚନା ।

ସେନା ଜାରି କରିଛି ଅଗ୍ନିପଥ ଯୋଜନାରେ ଅଗ୍ନିବୀରଙ୍କ ନିଯୁକ୍ତି ପାଇଁ ନୋଟିଫିକେସନ୍ । joinindianarmy.nic.in ୱେବସାଇଟ୍କ କୁ ଯାଇ ଏ ବାବଦରେ ସବିଶେଷ ସୂଚନା ପାଇହେବ । ଏହି ଯୋଜନା ବିରୋଧରେ ସମଗ୍ର ଦେଶରେ ବିକ୍ଷୋଭ ଜାରି ରହିଥିବା ବେଳେ ଭାରତୀୟ ସେନା ସୋମବାର ଅଗ୍ନିବୀର ନିଯୁକ୍ତି ପାଇଁ ବିଜ୍ଞପ୍ତି ତାରିଖ ପ୍ରକାଶ କରିଛି। ନିଯୁକ୍ତି ପାଇଁ ଉପରୋକ୍ତ ୱେସାଇଟରେ ଅନଲାଇନ୍ ରେଜିଷ୍ଟ୍ରେସନ୍ କରିବାକୁ ପଡିବ । ତେବେ ଏଥିରେ ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଆରମ୍ଭ ତାରିଖ ପ୍ରକାଶ ପାଇଛି ।

ନୋଟିଫିକେସନରେ ଆହୁରି କୁହାଯାଇଛି ଯେ, ଅଷ୍ଟମ ଓ ଦଶମ ପାସ୍ ଯୁବକ ଆବେଦନ କରିପାରିବେ । ତେବେ ଏହି ଯୋଜନାରେ ୪ ବର୍ଷ ପାଇଁ ଅଗ୍ନିବୀରଙ୍କୁ ନିଯୁକ୍ତି ଦିଆଯିବ । ସେମାନଙ୍କୁ କୌଣସି ପ୍ରକାର ଗ୍ରାଚ୍ୟୁଟି କିମ୍ବା ପେନସନ୍ ମିଳିବ ନାହିଁ ।

Also Read  Cabinet approves MoU between India and Hungary on cooperation in the field of water management

LEAVE A REPLY

Please enter your comment!
Please enter your name here