ବାଂଲାଦେଶରେ ଅଘଟଣ: ମିନିବସ୍ ଉପରେ ଚଢ଼ିଗଲା ଟ୍ରେନ୍‌; ୧୧ ମୃତ ,୫ ଆହତ

0
3001
Woman Dies In An Road Accident Near Gangapada, Bhubaneswar
Woman Dies In An Road Accident Near Gangapada, Bhubaneswar

ନୂଆଦିଲ୍ଲୀ: ଶୁକ୍ରବାର ଦିନ ବାଂଲାଦେଶର ଚଟ୍ଟଗ୍ରାମ ଜିଲ୍ଲାରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ଏଠାରେ ଥିବା ରେଲ୍‌ କ୍ରସିଙ୍ଗ୍‌ରେ ଗୋଟାଏ ଟ୍ରେନ୍‌ ଏକ ମାଇକ୍ରୋବସ୍‌ ଉପରେ ଧକ୍କା ଖାଇବାରୁ ୧୧ଜଣ ବସ୍‌ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଏବଂ ଆଉ ୫ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚଟ୍ଟଗ୍ରାମ ମେଡିକାଲ୍‌ କଲେଜ୍‌ ହସ୍ପିଟାଲ୍‌କୁ ପଠାଇ ଦେଇଛନ୍ତି। ଦୁର୍ଘଟଣାର ଶିକାର ହୋଇଥିବା ଲୋକେ ଏକ ମିନିବସ୍‌ରେ ଜଳପ୍ରପାତ ଦେଖିବାକୁ ଯାଇଥିଲେ ଏବଂ ଫେରିବା ବାଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଏହି ଘଟଣା ଚଟ୍ଟୋଗ୍ରାମର ମୀରଶରାଇ ଅଞ୍ଚଳରେ ଘଟିଛି । ଘଟଣା ସମୟରେ ରେଳଲାଇନ୍‌ର ଫାଟକ ଖୋଲା ଥିଲା । ଏଥି ପାଇଁ ମିନିବସ୍‌ର ଚାଳକ ଧ୍ୟାନ ଦେଇ ନଥିଲେ । ଦୁର୍ଘଟଣା ପରେ ବସ୍‌କୁ ଟ୍ରେନ୍ ଗୋଟିଏ କିମି ଯାଏଁ ଘୋଷାଡି ନେଇଥିଲା ।

ସେମାନଙ୍କ ମଧ୍ୟରୁ ମାଇକ୍ରୋବସ୍‌ରେ ଥିବା ୯ଜଣ ଯାତ୍ରୀଙ୍କ ପରିଚୟ ମିଳିଛି। ମୃତ ବ୍ୟକ୍ତିମାନେ ହେଉଛନ୍ତି ଚଟ୍ଟଗ୍ରାମ ଜିଲ୍ଲା ଅନ୍ତର୍ଗତ ଅମନ୍‌ ବଜାର ଅଞ୍ଚଳରେ ଅବସ୍ଥିତ ‘ଆର୍‌ ଆଣ୍ଡ୍‌ ଜେ ପ୍ଲସ୍’ କୋଚିଙ୍ଗ୍‌ ସେଣ୍ଟର୍‌ର ଛାତ୍ରଛାତ୍ରୀ ଓ ଶିକ୍ଷକ। ମୃତକଙ୍କ ମଧ୍ୟରେ ୪ ଜଣ ଶିକ୍ଷକ ସାଜିବ, ରକିବ ଓ ରେଡୱାନ ଥିଲେ । ଅନ୍ୟ ୫ ଜଣ ହେଲେ ହିଶାମ, ଆୟତ, ମାରୁଫ, ତସଫିର ଓ ହାସନ । ଏମାନେ ସମସ୍ତେ ଏସଏସ୍‌ସି ଓ ଏଚଏସସି ପାଇଁ ପ୍ରସ୍ତୁତ ହେଉଥିଲେ । ହାଥଜାରି ଉପଜିଲ୍ଲା ନିର୍ବାହୀ ଅଧିକାରୀ ଶାହିଦୁଲ୍‌ ଆଲମ୍‌ କହିଛନ୍ତି ଅପରାହ୍ଣ ପ୍ରାୟ ୧୨.୪୫ରେ ଉପରୋକ୍ତ ଦୁର୍ଘଟଣା ଘଟିଥିଲା।

ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ମିର୍‌ସରାଇ ପର୍ବତରେ ଥିବା ଖୋଇୟାଚୋରା ଜଳପ୍ରପାତ ଦେଖି ଫେରୁଥିବା ବେଳେ ଢାକା ଅଭିମୁଖେ ଯାଉଥିବା ପ୍ରଭାତୀ ଏକ୍ସପ୍ରେସ୍‌ ସେମାନଙ୍କ ମାଇକ୍ରୋବସ୍‌କୁ ଧକ୍କା ଦେଇ ଅନ୍ୟୂନ ଏକ କିଲୋମିଟର୍‌ ପର୍ଯ୍ୟନ୍ତ ଘୋଷାଡ଼ି ନେଇଯାଇଥିଲା। ଦୁର୍ଘଟଣା ପରେ ଖୟାଛରା ରେଲ୍‌ର ଗେଟ୍‌ ମ୍ୟାନ୍‌ ସଦ୍ଦାମ୍‌ ହୁସେନ୍‌ଙ୍କୁ ରେଳବାଇ ପୋଲିସ ଗିରଫ କରିଛି। ଦୁର୍ଘଟଣାର ତଦନ୍ତ ଲାଗି ରେଳବାଇ କର୍ତ୍ତୃପକ୍ଷ ୫ଜଣିଆ ସଦସ୍ୟବିଶିଷ୍ଟ କମିଟି ମଧ୍ୟ ଗଠନ କରିଛନ୍ତି।

Also Read  Cabinet approves signing of MoU between India and Bangladesh for promoting cooperation in the field of Information Technology and Electronics