କାକାକୁ ହତ୍ୟା କରି ପୁତୁରା ଓ ଭଣଜା ଗଛରେ ଝୁଲାଇ ଦେଇଥିବା ଅଭିଯୋଗ

0
255
Maoist-Planted IED Blast Killed A 9-Years' Old Girl Near Odisha-Jharkhand Border
Maoist-Planted IED Blast Killed A 9-Years' Old Girl Near Odisha-Jharkhand Border

ବାରିପଦା : ସ୍ଥାନୀୟ ସଦର ଥାନା ଅନ୍ତର୍ଗତ ସାନବ୍ରାହ୍ମଣମରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ନିଜ କାକାକୁ ହତ୍ୟା କରି ଗଛରେ ପୁତୁରା ଓ ଭଣଜା ଝୁଲାଇ ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୁଲିସ ଗାଁରେ ପହଞ୍ଚି ଝୁଲନ୍ତା ମୃତଦେହ ଉଦ୍ଧାର କରିବା ସହ ପୁତୁରା ଓ ଭଣଜା ଥାନାରେ ଅଟକ ରଖି ପଚରାଉଚୁରା କରୁଛି।

ମିଳିଥିବା ସୂଚନା ଅନୁସାରେ ବାରିପଦା ସଦର ଥାନା ଅନ୍ତର୍ଗତ ସାନବ୍ରାହ୍ମନମରା ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଛି। ପାରିବାରିକ କଳହକୁ ନେଇ ବାଙ୍କିଶୋଳ ପଞ୍ଚାୟତର ପଥରଚକୁଳି ଗ୍ରାମର ରତିକାନ୍ତ ଭକ୍ତାଙ୍କୁ ତାଙ୍କ ପୁତୁରା ଓ ଭଣଜା ହତ୍ୟାପରେ ଆତ୍ମହତ୍ୟା ରୂପ ଦେବାକୁ ଯାଇ ମୃତଦେହକୁ ଗଛରେ ଝୁଲାଇ ଦେଇଥିବା ଅଭିଯୋଗ ହୋଇଛି। ପୁଲିସ ମୃତକଙ୍କ ପୁତୁରା ଓ ଭଣଜାକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ପାରିବାରିକ କଳହରୁ ଶୁକ୍ରବାର ରାତିରେ ଘଟଣା ଘଟିଥିବା କୁହାଯାଇଛି । ସାଇଣ୍ଟିଫିକ ଟିମ ସହାୟତାରେ ସଦର ଥାନା ପୁଲିସ ତଦନ୍ତ ଜାରି ରଖିଛି ।

Also Read  ସରିଲା ପହଣ୍ଡି ବିଜେ: ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି