କଳିଙ୍ଗା ଘାଟି ଦେଇ ଟୁରିଷ୍ଟ ବସ ଚଳାଚଳ ନେଇ କିଛି ଏପରି ପରାମର୍ଶ ଦେଲେ ପରିବହନ ମନ୍ତ୍ରୀ

0
4090
transport-minister-advised-drivers on-bus-accident in kalinga ghati

ଭୁବନେଶ୍ବର: କଳିଙ୍ଗା ଘାଟିରେ ଟୁରିଷ୍ଟ ବସ ଓଲଟିବା ଘଟଣାକୁ ନେଇ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ନିଜର ମତବ୍ୟକ୍ତ କରିବା ସହ ଏନେଇ ପରାମର୍ଶ ବି ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି କି, ଟୁରିଷ୍ଟ ବସ କଳିଙ୍ଗା ଘାଟି ଦେଇ ଯାଇ ପାରିବ। ବାହାର ରାଜ୍ୟର ଯେଉଁ ଡ୍ରାଇଭରଙ୍କ ଘାଟିରେ ଗାଡ଼ି ଚଲାଇବାର ଅନୁଭବ ଓ ଅଭିଜ୍ଞତା ଅଛି, ସେମାନେ ହିଁ ଘାଟିରେ ଗାଡ଼ି ନେଇ ପାରିବେ ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ଯାହାର ଅଭିଜ୍ଞତା ନାହିଁ ସେମାନେ ଦଶପଲ୍ଲା ରାସ୍ତା ଦେଇ ଗାଡ଼ି ନେବାକୁ ପରାମର୍ଶ ଦେଇଛନ୍ତି ପରିବହନ ମନ୍ତ୍ରୀ ।ଏ ନେଇ ପୋଲିସ ଓ ପରିବହନ ବିଭାଗ ଟୁରିଷ୍ଟ ବସ ଡ୍ରାଇଭରମାନଙ୍କୁ ରୁଟ ପରିବର୍ତ୍ତନ ପାଇଁ ସଚେତନ କରିବେ । ଆଜି ଏ ବାବଦରେ ବୈଠକ ବସିବ। ପଶ୍ଚିମବଙ୍ଗ, ଗୁଜରାଟର ଡ଼୍ରାଇଭର ମାନଙ୍କ ଘାଟିରାସ୍ତାରେ ଗାଡ଼ି ଚଳାଇବାର ଅଭିଜ୍ଞତା ନ ଥିବା ଅନୁମାନ କରାଯାଉଛି। ଗତକାଲିର କଳିଙ୍ଗା ଘାଟି ଦୁର୍ଘଟଣାର ରିପୋର୍ଟ ମଗାଯାଇଛି ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।

Also Read  BJPYM protests against hike in electricity tariffs in Odisha capital