ରାଜଧାନୀରେ ଦୁର୍ଘଟଣା; ଟ୍ରକ ପଛରେ ଧକ୍କା ଦେଲା ଆଉ ଗୋଟିଏ ଟ୍ରକ, ଦୁଇ ଗୁରୁତର

0
342
Woman Dies In An Road Accident Near Gangapada, Bhubaneswar
Woman Dies In An Road Accident Near Gangapada, Bhubaneswar

ଭୁବନେଶ୍ବର: ଦିନକୁ ଦିନ ବଢିଚାଲିଛି ରାଜଧାନୀ ଭୁବନେଶ୍ବରରେ ସଡକ ଦୁର୍ଘଟଣା। ବିଶେଷ କରି ଜାତୀୟ ରାଜପଥ ଉପରେ ଦୁର୍ଘଟଣା କ୍ରମାଗତଭାବେ ବଢିବାରେ ଲାଗିଛି। ଗତ ସୋମବାର ରାଜଧାନୀ ଉପକଣ୍ଠ ପଳାସୁଣି ଛକରେ ଘଟିଥିବା ଭୟଙ୍କର ଦୁର୍ଘଟଣା ମନରୁ ନ ଯାଉଣୁ ଆଜି ପୁଣି କ୍ୟାପିଟାଲ ଲ କଲେଜ ଆଗ ଫ୍ଲାଇଓଭର ବ୍ରିଜ ଉପରେ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି ଦୁଇଟି ଟ୍ରକ । ଏକ ମାଛ ଟ୍ରକ ପଛରେ ପିଟିଛି ରିଲାଏନ୍ସ କମ୍ପାନୀର ଆଉ ଏକ ଟ୍ରକ । ଦୁର୍ଘଟଣାରେ ରିଲାଏନ୍ସ ଟ୍ରକର ଡ୍ରାଇଭର ଓ ଅନ୍ୟ ଜଣେ ରିଲାଏନ୍ସ କମ୍ପାନୀର କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ସଂଗେସଂଗେ ପୋଲିସ ଓ ଅଗ୍ନିଶମ ବାହିନୀ ପହଂଚି ଫସିରହିଥିବା ଡ୍ରାଇଭର ଓ କର୍ମଚାରୀଙ୍କୁ ଚାପି ହୋଇଥିବା ଲୁହାକୁ କାଟି ଡ୍ରାଇଭର ଓ କର୍ମଚାରୀଙ୍କୁ ବାହାର କରାଯାଇଥିବା ନେଇ ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଆନ୍ଧ୍ରପ୍ରଦେଶରୁ ଆସୁଥିବା ମାଛ ଟ୍ରକଟି ହଠାତ ସିଆରପି ନିକଟରେ ବ୍ରେକଡାଉନ ହୋଇଯିବାରୁ ଗାଡିଟି ଡାହାଣ ପାର୍ଶ୍ୱରେ ରଖିଦେଇଥିଲା ଡ୍ରାଇଭର । ଠିକ୍ ଏହି ସମୟରେ ଏକ ରିଲାଏନ୍ସ ଟ୍ରକ ଦ୍ରୁତ ଗତିରେ ଆସି ମାଛ ଟ୍ରକ ପଛରେ ପିଟି ଦେଇଥିଲା । ଯାହାଦ୍ବାରା ଏଭଳି ଦୁର୍ଘଟଣା ଘଟିଛି ।

Also Read  ରାଜ୍ୟରେ ପୁଣି ଚିହ୍ନଟ ହେଲେ ଓମିକ୍ରନ ଆକ୍ରାନ୍ତ : ୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା