ସାମ୍ବାଦିକଙ୍କ ଗୋଡ଼ରେ ବେଡି ବାନ୍ଧିବା ଘଟଣା: ନିଜ ଆଡୁ ମାମଲା ରୁଜୁ କରି ଆଇଜିଙ୍କୁ ରିପୋର୍ଟ ତଲବ କଲେ OHRC

0
240
journalist-chained-in-hospital-bed ohrc-takes-suo-motu-cognizance-seeks-report-from-ig

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଜଣେ ସାମ୍ବାଦିକଙ୍କୁ ହସ୍ପିଟାଲରେ ବେଡ଼ି ପକାଇବା ଘଟଣାରେ ରିପୋର୍ଟ ତଲବ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । ଏନେଇ ପୂର୍ବାଞ୍ଚଳ ପୋଲିସ ଆଇଜିଙ୍କୁ ରିପୋର୍ଟ ତଲବ କରିଛନ୍ତି । ୧୫ ଦିନ ଭିତରେ ଏନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି OHRC । ଆସନ୍ତା ୨୬ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି । ଶୁଣାଣି ପୂର୍ବରୁ ଘଟଣା ସମ୍ପର୍କିତ ରିପୋର୍ଟ ଦେବାକୁ ବାଲେଶ୍ୱର ସିଡିଏମଓଙ୍କୁ ନିର୍ଦ୍ଦେଶ ହୋଇଛି ।

ସେପଟେ ପୋଲିସର ଏଭଳି କାମକୁ ସେ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । ଏପରିକି ଏଭଳି ଘଟଣା ଅମାନବିକ ଓ ମାନବାଧିକାରକୁ କ୍ଷୁର୍ଣ୍ଣ କରୁଥିବା କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି । ସେ କହିଛନ୍ତି, ଏଭଳି ସ୍ପର୍ଶକାତର ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବାଲେଶ୍ୱର ଏସପିଙ୍କ ନିର୍ଦ୍ଦେଶକ୍ରମେ ଜଣେ ଡିଏପସିଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି । ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ।

Also Read  ଗୁପଚୁପ୍ ଖାଇ ପଇସା ନଦେବାରୁ ଯୁବକଙ୍କୁ ଛୁରି ଭୁସି ହତ୍ୟା

LEAVE A REPLY

Please enter your comment!
Please enter your name here