ବିଷାକ୍ତ ଖାଦ୍ୟ ଖାଇ ଭାଇ ଭଉଣୀ ମୃତ, ମାଆ ଗୁରୁତର

0
307
Girl Dies As A Speeding Bus Drags Her Body For 500 Meters In Odisha's Bolangir
Girl Dies As A Speeding Bus Drags Her Body For 500 Meters In Odisha's Bolangir

ବ୍ରହ୍ମପୁର: ବିଷାକ୍ତ ଖାଦ୍ୟ ଖାଇ ଭାଇଭଉଣୀ ମୃତ, ମାଆ ଗୁରୁତର। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ରମ୍ଭା ଥାନା ଅଧିନ ଗଡ଼ ହୁମାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତର ମହିଳାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ହୁମା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ଗତକାଲି ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅଧୀନ ଗଡ଼ହୁମା ଅଞ୍ଚଳରେ ସୁନିତା ମହାରଣା ଏବଂ ତାଙ୍କ ଦୁଇ ପୁଅ ଝିଅ ଖାଇବା ପରେ ତିନି ଜଣଙ୍କୁ ବାନ୍ତି ହୋଇଥିଲା । ଆଜି ସକାଳେ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରଥମେ ପୁଅ, ପରେ ଝିଅର ମୃତ୍ୟୁ ହୋଇଥିବା ବେଳେ ମାଆ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ସେମାନେ ବିଷାକ୍ତ ଖାଦ୍ୟ ଖାଇଥିବା ପୋଲିସ ସନ୍ଦେହ କରୁଥିବା ବେଳେ ଫୁଡ ପଏଜନ ହୋଇ ଏପରି ହୋଇଥାଇପାରେ ବୋଲି ମଧ୍ୟ କୁହାଯାଉଛି । ଅଧିକ ଯାଞ୍ଚ ପରେ ଘଟଣା ସମ୍ପକରେ ସ୍ପଷ୍ଟ ସୂଚନା ମିଳିପାରିବ ।

Also Read  Norwegian Ambassador on 2-day visit to Odisha