ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବୋରିସ ଜନସନ୍

0
558
uk-pm-boris-johnson resigned

ଲଣ୍ଡନ: ଇସ୍ତଫା ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ । ନିଜ ମନ୍ତ୍ରୀମଣ୍ଡଳରେ ପ୍ରବଳ ବିଦ୍ରୋହ ପରେ ଶେଷରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ । ଏନେଇ ବ୍ରିଟିସ ଗଣମାଧ୍ୟମ ସୂଚନା ଦେଇଛି । ବୋରିସଙ୍କ ବିରୋଧରେ ତାଙ୍କ ମନ୍ତ୍ରୀ ମଣ୍ଡଳର ୪୦ ଜଣ ମନ୍ତ୍ରୀ ଇସ୍ତଫା ଦେବା ପରେ ବହୁ ଚାପର ବଶବର୍ତ୍ତୀ ହୋଇ ସେ ଇସ୍ତଫା ଦେଇଥିବା ଜଣାଯାଇଛି । ଦୀର୍ଘ ମାସାଧିକ କାଳ ବିବାଦରେ ଛନ୍ଦି ହୋଇ ପଡିଥିଲେ ପ୍ରଧାନ ମନ୍ତ୍ରୀ ଜନସନ୍‌ । ଖୁବ୍‌ ଶୀଘ୍ର ପାର୍ଟି ପକ୍ଷରୁ ବୈଠକ ହେବ ।

ପ୍ରଧାନମନ୍ତ୍ରୀଙ୍କ ନିଜ କନ୍‌ଜରଭେଟିଭ୍‌ ପାର୍ଟିର ପ୍ରାୟ ୧୨ ଜଣ ମନ୍ତ୍ରୀ ଖୋଲାଖୋଲି ଭାବେ ଜନ୍‌ସନ୍‌ଙ୍କ ବିରୋଧରେ ବିଦ୍ରୋହ କରିଛନ୍ତି। ଆଗାମୀ ଅକ୍ଟୋବର ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଦଳର ଅନ୍ୟ କେହି ନେତା ନିଯୁକ୍ତି ନହେବା ପର୍ଯ୍ୟନ୍ତ ଜନ୍‌ସନ୍‌ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟରତ ରହିବେ। ତା’ପରେ ବୋରିସ୍‌ ଜନ୍‌ସନ୍‌ଙ୍କ ସ୍ଥାନରେ ଅନ୍ୟ କେହି ପ୍ରଧାନମନ୍ତ୍ରୀ ‌ହେବ‌େ ବୋଲି ସୂଚନା ରହିଛି। ସୂଚନା ଅନୁସାରେ, ୨୦୧୯ ମସିହାରେ ଜନ୍‌ସନ୍‌ ବହୁ ସଂଖ୍ୟକ ଭୋଟ୍‌ ପାଇ ପ୍ରଧାନମନ୍ତ୍ରୀ ଭାବେ ଜିତିଥିଲେ। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ଜନ୍‌ସନ୍‌ଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିଥିଲା। ସେ ଜଣେ ମହିଳା ସାଂସଦଙ୍କୁ ‌ଯୌନ ଶୋଷଣ କରି ତାଙ୍କର ପ‌ଦୋନ୍ନତି କରାଇଥିବା ଅଭିଯୋଗ ହୋଇଥିଲା।

Also Read  I have always been an entertainer: Mantra