ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବେ ଜାତିସଂଘ ମହାସଚିବ

0
144
un-secretary-general-to-meet-with-russian-president-putin

ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ଆସିଛି ଏକ ବଡ଼ ଖବର । ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବେ ଜାତିସଂଘ ମହାସଚିବ । ଆସନ୍ତା ୨୬ତାରିଖ ମଙ୍ଗଳବାର ଦିନ ମସ୍କୋ ଯିବେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ । ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟି ୟୁକ୍ରେନ-ରୁଷ ଯୁଦ୍ଧ ସମ୍ପର୍କରେ ଆଲୋଚନା କରିବେ । ଯୁଦ୍ଧ ସମୟରେ ଜାତିସଂଘ ମହାସଚିବଙ୍କ ମସ୍କୋ ଗସ୍ତ ବେଶ ଗୁରୁତ୍ୱ ବହନ କରୁଛି । ଯୁଦ୍ଧ ବନ୍ଦ ପାଇଁ କହିପାରନ୍ତି ଆଣ୍ଟୋନିଓ ଗୁଟେରସ୍‌ । ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କ ସହ ମଧ୍ୟ ଆଲୋଚନା କରିବେ ।

ପୁଟିନଙ୍କୁ ଭେଟିବା ପରେ ଗୁରୁବାର ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିବେ ଜାତିସଂଘ ମହାସଚିବ । ଆଣ୍ଟୋନିଓ ଗୁଟେରସ୍‌ ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଡିମିଟ୍ରୋ କୁଲେବାଙ୍କୁ ମଧ୍ୟ ଭେଟିବେ । ପୂର୍ବରୁ ରୁଷ ରାଷ୍ଟ୍ରପତି ପୁଟିନ ଓ ୟୁକ୍ରେନ୍‌ର ଭୋଲୋଦମିର ଜେଲେନ୍‌ସ୍କିଙ୍କ ସହ ସାକ୍ଷାତ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ଜାତିସଂଘ ସଚିିବ ଆଣ୍ଟୋନିଓ ଗୁଟେରସ୍‌ । ଦୁଇ ରାଷ୍ଟ୍ରପତିଙ୍କୁ ଭେଟିବା ପରେ କ’ଣ ନିର୍ଯାସ ବାହାରୁଛି, ତାରି ଉପରେ ସାରା ବିଶ୍ୱର ନଜର ।

Also Read  ୟୁକ୍ରେନ ସୀମା ରେ ଯୁଦ୍ଧ ପରିସ୍ଥିତି: ୟୁକ୍ରେନ ଛାଡିବା ପାଇଁ ବହୁ ଦେଶ ସେମାନଙ୍କ ନାଗରିକ ଙ୍କୁ ପରାମର୍ଶ ଦେଲେ

LEAVE A REPLY

Please enter your comment!
Please enter your name here