ଆମେରିକାରେ ମଙ୍କିପକ୍ସ ଆତଙ୍କ: ୬ ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ, ଜନସ୍ୱାସ୍ଥ୍ୟ ବିଭାଗର ଜରୁରୀକାଳୀନ ପରିସ୍ଥିତି ଘୋଷଣା

0
169
united-states-has-declared-monkeypox-a-public-health-emergency

ଦିନକୁ ଦିନ ବଢ଼ି ଚାଲିଥିବା ମଙ୍କିପକ୍ସ ମାମଲା ଏବଂ ବିପଦକୁ ନଜରରେ ରଖି ଆମେରିକା ହେଲ୍‌ଥ ଏମରଜେନ୍ସି ଘୋଷଣା କରିଛି। ଆମେରିକାର ସ୍ୱାସ୍ଥ୍ୟ ସଚିବ କହିଛନ୍ତି କି ମଙ୍କିଫକ୍ସ ବିରୋଧରେ ଲଢେଇ କରିବାକୁ ଅର୍ଥ ଓ ଅତ୍ୟାଧୁନିକ ଉପକରଣର ଆବଶ୍ୟକତା ରହିଛି । କୁହାଯାଉଛି କି, ସମଲିଙ୍ଗୀ ସଂପର୍କ କାରଣରୁ ଏହି ଭୂତାଣୁ ମାତ୍ରାଧିକ ବ୍ୟାପୁଛି । ଆମେରିକାରେ ବୁଧବାର ସୁଦ୍ଧା ୬,୬୦୦ ଲୋକଙ୍କ ଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି ।

ଏନେଇ ସ୍ୱାସ୍ଥ୍ୟ ଓ ମାନବସେବା ସଚିବ ଜୋବିୟର ବେସେରା କହିଛନ୍ତି କି ଏହି ଭୂତାଣୁ ସଂକ୍ରମଣ ରୋକିବାକୁ ସ୍ୱାସ୍ଥ୍ୟ ବିଭାଗ ନିଜର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି । ଏହାସହ ସେ ଆମେରିକାବାସୀଙ୍କୁ ଏନେଇ ସତର୍କ ରହିବାକୁ ଅନୁରୋଧ କରିଛନ୍ତି । ସେପଟେ ୟୁଏସ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନର ନିର୍ଦ୍ଦେଶକ ରୋଚେଲ୍ଲେ ୱାଲେନସ୍କି କହିଛନ୍ତି ଯେ ମଙ୍କିଫକ୍ସ ସଂକ୍ରମଣ ନେଇ ଯେତେ ସ୍ୱଚ୍ଛ ଡାଟା ଆସିବ ଏହାର ପ୍ରତିକାରରେ ତାହା ସହାୟକ ହେବ ।

ୟୁରୋପରେ ମଙ୍କିପକ୍ସ ଦ୍ରୁତ ଗତିରେ ମାଡ଼ି ଚାଲିଛି। ସ୍ପେନ୍‌, ଜର୍ମାନୀ ଏବଂ ଇଂଲଣ୍ଡକୁ ମିଶାଇ ଏ ପର୍ଯ୍ୟନ୍ତ ପାଖାପାଖି ୧୦ ହଜାର ମାମଲା ସାମ୍ନାକୁ ଆସି ସାରିଛି। ମଙ୍କିପକ୍ସ ପାଇଁ ଏବେ କୌଣସି ଅଲଗା ଭ୍ୟାକ୍ସିନ୍‌ ଉପଲବ୍ଧ ନ ଥିବା ବେଳେ ସ୍ମଲ୍‌ପକ୍ସ ପାଇଁ ବ୍ୟବହୃତ ଭ୍ୟାକ୍ସିନ୍‌ ହିଁ ମଙ୍କିପକ୍ସ କ୍ଷେତ୍ରରେ ବ୍ୟବହୃତ ହେଉଛି। ଏ ପର୍ଯ୍ୟନ୍ତ ସାରା ବିଶ୍ୱର ୮୭ ଦେଶରେ ମଙ୍କିପକ୍ସର ୨୬,୦୦୦ରୁ ଅଧିକ ମାମଲା ସାମ୍ନାକୁ ଆସିଛି।

Also Read  ନ୍ୟୁୟର୍କ ସୁପର ମାର୍କେଟରେ ୧୮ ବର୍ଷ ଯୁବକଙ୍କ ଆତଙ୍କରାଜ; ଗୁଳିକାଣ୍ଡରେ ୧୦ ମୃତ

LEAVE A REPLY

Please enter your comment!
Please enter your name here