ଭୁବନେଶ୍ବର: ଗିରଫ ହେଲେ ସମ୍ବଲପୁରର ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା । ଜଣେ ସରକାରୀ ଅଧିକାରୀଙ୍କ ମାମଲା ରଫାଦଫା କରିବାକୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗତକାଲି ଭିଜିଲାନ୍ସ ହାତରେ ଧରାପଡିଥିଲେ ମାନସୀ ଜେନା । ଲାଞ୍ଚ ନେବା ବେଳେ ଧରାପଡିବା ପରେ ଏକାଥରେ ୪ଟି ସ୍ଥାନ ସମ୍ବଲପୁର, ବରଗଡ ସୁନ୍ଦରଗଡ ଓ ଭୁବନେଶ୍ବରରେ ଦୁଇ ଜଣ ଭିଜିଲାନ୍ସ ଡିଏସପି ଓ ଦୁଇ ଏସପିଙ୍କ ତତ୍ତ୍ବାବଧାନରେ ଖୋଳତାଡ ହୋଇଥିଲା ।
ଇନ୍ସପେକ୍ଟର ମାନସୀ ଜେନାଙ୍କଠାରୁ ଲାଞ୍ଚ ଅର୍ଥ ଜବତ କରିବା ପରେ ଇଣ୍ଟରନାଲ ଭିଜିଲାନ୍ସ ୟୁନିଟ୍ ତାଙ୍କର ଅଫିସ୍ ଓ ବାସଭବନ ଆଦି ସ୍ଥାନରେ ଚଢ଼ାଉ କରିଥିଲା। ସେହିପରି ମୁକେଶ ସାହୁଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଆଜି ମାନସୀଙ୍କୁ ଭିଜିଲାନ୍ସ ଗିରଫ କରିଛି।

























