ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି ତାଜୁବ ଭିଜିଲାନ୍ସ ଟିମ: ଠାବ ହେଲାଣି ୧କୋଟିରୁ ଉର୍ଦ୍ଧ୍ୱ ନଗଦ ଟଙ୍କା

0
255
vigilance raid

ମାଲକାନଗିରି: ଓଡ଼ିଶା ଭିଜିଲାନ୍‌ସ ଇତିହାସରେ ରେଡ୍‌ ବେଳେ ରେକର୍ଡ କ୍ୟାସ ଜବତ । ମାଲକାନଗିରି ଅଧୀକ୍ଷଣ ଯନ୍ତ୍ରୀଙ୍କ ମିଳିଲାନି ଅମାପ ସମ୍ପତ୍ତି । ଚତୁର୍ଥ ଦିନରେ ବି ସରୁନି ଭିଜିଲାନ୍ସ ଖୋଳତାଡ଼ । ଭୁବନେଶ୍ବର ଫ୍ଲାଟରୁ କୋଟିଏ ୧୫ ଲଷ ଠାବ କରାଯାଇଛି । ୬୩୦ ଗ୍ରାମ ସୁନା ମଧ୍ୟ ଭିଜିଲାନ୍ସ ଜବକ କରିଛି । ମାଲକାନଗିରି ଗ୍ରାମ୍ୟ ନିର୍ମାଣ ଡିଭିଜନ- ୧ର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାକ ଦାଶଙ୍କ ଘରେ ଭିଜିଲାନ୍ସର ଚଢାଉ ଜାରି ରହିଛି । ଗତକାଲି ମାଲକାନଗିରି ଆକ୍ସିସ ବ୍ୟାଙ୍କରୁ ୭୮ ଲଷ ଟଙ୍କାର ଫିକ୍ସ ଡିପୋଜିଟ ମିଳିଥିଲା । କେନ୍ଦୁଝର ଏସବିଆଇ ଲକରରୁ ୧୬ ଲଷ ଟଙ୍କା ମିଳିଥିଲା । ଏ ଯାଏଁ ୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଅସ୍ତାବର ସମ୍ପତି ଜବତ ହୋଇ ସାରିଲାଣି । ଯାହା ରାଜ୍ୟ ଭିଜିଲାନ୍‌ସ ଇତିହାସରେ ସର୍ବାଧିକ । ରେଡ୍‌ ବେଳେ ୧୨ଟି ବ୍ୟାଙ୍କ ଆକାଉଣ୍ଟ ନେଇ ଯାଞ୍ଚ କରାଯାଇଛି । ଆହୁରି ଅନେକ ବ୍ୟାଙ୍କ ଆକାଉଣ୍ଟ ଓ ୨ଟି ବ୍ୟାଙ୍କ ଲକରରେ ଯାଞ୍ଚ ହେବ। ତେଣୁ ଜବତ ସଂପତ୍ତି ପରିମାଣ ଆଗକୁ ଆହୁରି ବଢିପାରେ ।

Also Read  ୨୪ ଘଣ୍ଟାରେ ଦେଶରେ ୨,୦୭୫ କୋଭିଡ୍‌-୧୯ ଆକ୍ରାନ୍ତ; ୭୧ ଜଣ ମୃତ

LEAVE A REPLY

Please enter your comment!
Please enter your name here