ମହିଳାଙ୍କୁ ବୀଭତ୍ସ ହତ୍ୟା : ଦୁଷ୍କର୍ମ ଉଦ୍ୟମ ପରେ ହତ୍ୟା ସନ୍ଦେହ

0
226

ବଲାଙ୍ଗୀର: ଅନ୍ଧାର ରାତିରେ ହତ୍ୟା। ବିଲ ଭିତରେ ମହିଳାଙ୍କୁ ବୀଭତ୍ସ ହତ୍ୟା। ଗତକାଲି ରାତିରେ ଘଟିଥିବା ଏମିତି ଏକ ହତ୍ୟାକାଣ୍ଡକୁ ନେଇ ହଇଚଇ। ବଲାଙ୍ଗୀର ସହର ଲର୍କିପାଲିଠାରେ ଘଟିଛି ହତ୍ୟାକାଣ୍ଡ। ଗତକାଲି ରାତି ପ୍ରାୟ ୯ଟାରେ ଲର୍କିପାଲି ଗାଁର ୪୫ ବର୍ଷୀୟା ଅଂଜନା ପଟେଲ ଶୌଚ ପାଇଁ ନିଜ ଘରଠୁ ୨୦୦ ମିଟର ଦୂର ଏକ ବିଲକୁ ଯାଇଥିଲେ। ତାପରେ ଆଉ ଘରକୁ ଫେରିନଥିଲେ। ରାତିରେ ପରିବାର ଲୋକେ ଖୋଜାଖୋଜି ପରେ ବିଲ ଭିତରେ ରକ୍ତ ଜୁଡୁବୁଡୁ ଶବ ଦେଖିବାକୁ ପାଇଥିଲେ। ରାତି ୧୨ଟାରେ ଏ ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ରାତି ୧ଟାରେ ଶବ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ହସପିଟାଲର ମର୍ଗର ଭିତରେ ରଖିଛି।

ଆଜି ସକାଳୁ ସକାଳୁ ସାଇଣ୍ଟିଫିକ ଟିମ ଘଟଣାସ୍ଥଳକୁ ଯାଇ ଛାନଭିନ କରିଛି। ହତ୍ୟାକାଣ୍ଡ ଘଟିଥିବା ଘଟଣା ସ୍ଥଳରେ ମଦ ବୋତଲ ପଡ଼ିରହିଛି। କିଛି ଲୋକ ମଦ ପିଇଥିବା ସମୟରେ ମହିଳାଙ୍କୁ ଦେଖି ଦୁଷ୍କର୍ମ ଉଦ୍ୟମ କରିବା ପରେ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ହତ୍ୟାକାରୀ କିଏ ଏବଂ କେତେଜଣ, ତାହା ଜଣାପଡିନାହିଁ । ଟାଉନ ପୋଲିସ ତନାଘନା ତଦନ୍ତ ଜାରି ରଖିଛି। ମୃତ ମହିଳାଙ୍କ ସ୍ୱାମୀ ନାରାୟଣ ପଟେଲ ତାଙ୍କୁ ୧୫ ବର୍ଷ ହେଲା ଛାଡିଦେଇଥିବା ଜଣାପଡ଼ିଛି ।

Also Read  ଗଞ୍ଜାମ ଧରାକୋଟ ବାଖରକଟା ଗାଁରେ ପଣା ପିଇ ୨ ମୃତ, ହଇଜାରେ ୫୦ରୁ ଅଧିକ ଆକ୍ରାନ୍ତ

LEAVE A REPLY

Please enter your comment!
Please enter your name here