ୟୁକ୍ରେନ ଉପରେ ହେବ କି ଆଣବିକ ଆକ୍ରମଣ ! ନ୍ୟୁକ୍ଲିଅର୍ ଯୁଦ୍ଧ ଡ୍ରିଲ ପାଇଁ ଆଦେଶ ଦେବା ସହ ନିଜ ପରିବାରକୁ ସାଇବେରିଆ ପଠାଇଲେ ପୁଟିନ୍

0
281
vladimir-putin-ordered-nuclear-war-evacuation-drill

ନୂଆଦିଲ୍ଲୀ: ୨୫ ଦିନରେ ଋଷ-ୟୁକ୍ରେନ ଯୁଦ୍ଧ । ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ । ୟୁକ୍ରେନର ଅନେକ ସହରରେ ଚାଲିଛି ଧ୍ୱଂସର ତାଣ୍ଡବ ।ଋଷ- ୟୁକ୍ରେନ ଯୁଦ୍ଧକୁ ହେଲାଣି ୨୫ ଦିନ ହେଲେ କିଛି ସମାଧାନର ସୂତ୍ର ବାହାରିବା ବଦଳରେ ଯୁଦ୍ଧ ଆହୁରି ତୀବ୍ର ହେବାରେ ଲାଗିଛି । ୟୁକ୍ରେନର ଅନେକ ସହର ଉପରେ ଘନ ଘନ ଆକ୍ରମଣ ଜାରି ରହିଛି । ଋଷ ୟୁକ୍ରେନ ସହର ମାରିୟୁପୋଲକୁ ଚାରିପଟୁ ଘେରିବା ସହ ଘନ ଘନ ମିଶାଇଲ ଓ ବୋମା ମାଡ଼ କରୁଛି । ଏହିମଧ୍ୟରେ ବ୍ରିଟେନର ଏକ ଗଣମାଧୟମ ରିପୋର୍ଟ ଅନୁସାରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପରମାଣୁ ଯୁଦ୍ଧର ସଙ୍କେତ ଦେଲେଣି । ପୁଟିନ ପରମାଣୁ ଯୁଦ୍ଧ ପାଇଁ ଅଭ୍ୟାସ କରୁଛନ୍ତି । ନ୍ୟୁକ୍ଲିୟର ୱାର ଡ୍ରିଲ ପାଇଁ ନିଜ ସେନାକୁ ପୁଟିନ୍ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । କେବଳ ଏତିକି ନୁହେଁ ଏଥିରୁ ସୁରକ୍ଷା ପାଇଁ ନିଜ ପରିବାରକୁ ସାଇବେରିଆ ପଠାଇଦେଇଥିବା ମଧ୍ୟ ଖବର ଶୁଣିବାକୁ ମିଳୁଛି ।

ଉଭୟ ଯୁଦ୍ଧ ଓ ଶାନ୍ତି ଆଲୋଚନା ସମାନ ଭାବେ ଚାଲିଥିବା ବେଳେ ୟୁକ୍ରେନ୍‌ ଉପରେ ଅତ୍ୟାଧୁନିକ ହାଇପର୍‌ସୋନିକ୍‌ କ୍ଷେପଣାସ୍ତ୍ର ପ୍ରୟୋଗ କରିଥିବା କଥା ରୁଷ୍‌ ଦାବି କରିଛି । ପୁଟିନ୍‌ କ୍ରମଶଃ ଆଣବିକ ଯୁଦ୍ଧ ଆଡ଼କୁ ଅଗ୍ରସର ହେଉଥିବାର ଆଭାସ ପାଇ କ୍ରେମ୍‌ଲିନ୍‌ ସରକାରୀ ଅଧିକାରୀମାନେ ବିସ୍ମିତ ତଥା ବିବ୍ରତ ହୋଇପଡ଼ିଥିବା କଥା ଏକ ରିପୋର୍ଟରୁ ଜଣାପଡ଼ିଛି । ଏହାଦ୍ୱାରା କେବଳ ୟୁକ୍ରେନ ନୁହେଁ ବରଂ ସାରା ବିଶ୍ୱ ପ୍ରଭାବିତ ହେବ ବୋଲି ଚିନ୍ତା ପ୍ରକଟ କରାଯାଇଛି ।

Also Read  ଦେଶ ପାଇଁ ଶତ୍ରୁ ସହ ଲଢ଼ିବା ପାଇଁ ୟୁକ୍ରେନ ର ହଜାର ହଜାର ମହିଳା ଅସ୍ତ୍ର ଉଠାଇଛନ୍ତି

LEAVE A REPLY

Please enter your comment!
Please enter your name here