‘ରାଜ୍ୟରୁ ହଟିନାହିଁ ମାସ୍କ ପିନ୍ଧିବା କଟକଣା’- ସ୍ୱାସ୍ଥ୍ୟ ବିଭାଗ

0
188
wearing of masks has not stopped in state

ଭୁବନେଶ୍ୱର- ରାଜ୍ୟରୁ ମାସ୍କ ପିନ୍ଧିବା କଟକଣା ହଟିନାହିଁ। ଭିଡ଼ ସ୍ଥାନକୁ ଗଲେ ମାସ୍କ ପିନ୍ଧିବା ଦରକାର । ଦିଲ୍ଲୀ ଓ ଅନ୍ୟ ରାଜ୍ୟରେ ପରିସ୍ଥିତି ଜଟିଳ ହେଉଥିବା ବେଳେ ଓଡ଼ିଶାରେ ସ୍ଥିତି ଭଲ ଅଛି । ଦୈନିକ ସଂକ୍ରମଣ 10 ରୁ 20 ମଧ୍ୟରେ ରହୁଛି। ତେଣୁ ସମସ୍ତେ କୋଭିଡ ନିୟମପାଳନ କଲେ ରାଜ୍ୟର ସ୍ଥିତି ନିୟନ୍ତ୍ରଣ ରହିବ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି । ଆବଶ୍ୟକ ସ୍ଥଳେ ଜିଲ୍ଲାପାଳଙ୍କୁ ନୂଆ ରଣନୀତି କରିବାକୁ କୁହାଯାଇଛି । ଏହାସହ ସ୍ୱାସ୍ଥ୍ୟ ବିଭାଗ ସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖିଛି। ଆଗକୁ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ । ବର୍ତ୍ତମାନ କୋରୋନାର ତୀବ୍ରତା ନାହିଁ। ଏହାକୁ ଚତୁର୍ଥ ଲହର କହିହେବ ନାହିଁ ବୋଲି ବିଭାଗ କହିଛି ।

Also Read  ଦ୍ବିତୀୟ ବାର ବିଷାକ୍ତ ସର୍ପାଘାତ ସତ୍ତ୍ବେ ବଞ୍ଚିଗଲେ କେରଳର ‘ସ୍ନେକ୍‌ ମାଷ୍ଟର୍‌’ ବାବା ସୁରେଶ

LEAVE A REPLY

Please enter your comment!
Please enter your name here