ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ମମତାଙ୍କ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ

0
207
CM mamata-banerjee-sacks-minister-partha-chatterjee

କୋଲକାତା: କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷା ମନ୍ତ୍ରୀ ତଥା ବର୍ତ୍ତମାନର ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ପାର୍ଥଙ୍କୁ ଗିରଫ କରାଯାଇଛି । ୨୬ ଘଣ୍ଟା ମାରାଥନ ଜେରା ପରେ ପାର୍ଥଙ୍କୁ ଗିରଫ କରାଯାଇଛି । ଶୁକ୍ରବାର ଦିନ ନଗଦ ୨୦ କୋଟି ଟଙ୍କା ଜବତ ହୋଇଥିବା ପାର୍ଥଙ୍କ ଘନିଷ୍ଠ ସହକାରୀ ତଥା ଚଳଚ୍ଚିତ୍ର ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କୁ ମଧ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟ ଅଧିକାରୀମାନେ ଧରି ନେଇ ଅଟକ ରଖିଛନ୍ତି । କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ ନିଯୁକ୍ତି ସ୍କାମ ଅଭିଯୋଗରେ ଏକ ଟିମ୍ ପାର୍ଥଙ୍କ ଘରେ ପହଞ୍ଚିଥିଲା।

ପଶ୍ଚିମବଙ୍ଗ ଶିକ୍ଷା ସେବା ଆୟୋଗ ଓ ପଶ୍ଚିମବଙ୍ଗ ପ୍ରାଥମିକ ଶିକ୍ଷା ବୋର୍ଡ ନିଯୁକ୍ତି ଦୁର୍ନୀତି ମାମଲାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀ, ଶିକ୍ଷାମନ୍ତ୍ରୀ ପରେଶ ଅଧିକାରୀ ପ୍ରମୁଖଙ୍କ ଘରେ ସର୍ଚ୍ଚ ଅପରେସନ କରିଥିଲା ଇଡି ।

ଦିନକ ପୂର୍ବରୁ ପାର୍ଥଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ନଗଦ ୨୦ କୋଟି ଟଙ୍କା ଜବତ କରିଥିଲା ଇଡି । ଏହି ମାମଲାରେ ଅର୍ପିତାଙ୍କୁ ଅଟକ ରଖିଛି ଇଡି । ପାର୍ଥ ଚାଟାର୍ଜୀ ଶିକ୍ଷାମନ୍ତ୍ରୀ ଥିବାବେଳେ ରାଜ୍ୟରେ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ମନି ଲଣ୍ଡ୍ରିଂ ମାମଲାରେ ପାର୍ଥଙ୍କ ସମେତ ତାଙ୍କ ସହଯୋଗୀଙ୍କୁ ତଦନ୍ତ ପରିସରକୁ ନେଇଥିଲା ଇଡି ।

ଦିନକ ପୂର୍ବରୁ ପଶ୍ଚିମବଙ୍ଗ ଶିକ୍ଷା ବିଭାଗର ପରାମର୍ଶଦାତା, ପୂର୍ବତନ ଅଧ୍ୟକ୍ଷଙ୍କ ସମେତ ୯ ଜଣଙ୍କ ଘରେ ଚଢାଉ କରିଥିଲା ଇଡି । ଏତେ ବଡ ଠକେଇର ଅର୍ଥ ହେରଫେରକୁ ଟ୍ରାକ୍‌ କରୁଥିଲା ଇଡି । ରାଜ୍ୟ ସରକାରଙ୍କ ଗ୍ରୁପ ସି, ଗୃପ ଡି ସମେତ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହେବା ପରେ କିଛି ଦିନ ପୂର୍ବରୁ କଲିକତା ହାଇକୋର୍ଟ ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ ।

Also Read  ମନ୍ତ୍ରୀମଣ୍ଡଳରୁ ବିଦା ହେବା ପରେ TMC ରୁ ନିଲମ୍ବିତ ହେଲେ ପାର୍ଥ ଚାଟାର୍ଜୀ

LEAVE A REPLY

Please enter your comment!
Please enter your name here