ଘରେ କେହି ନ ଥିବା ବେଳେ ମହିଳାଙ୍କୁ ପଥରରେ ଛେଚି ହତ୍ୟା, ପୋଲିସର ତଦନ୍ତ ଜାରି

0
185
father-was-beaten-to-death-by-two-sons

କଟକ: ଘରେ କେହି ନ ଥିବା ବେଳେ ମହିଳାଙ୍କୁ ପଥରରେ ଛେଚି ହତ୍ୟା । କଟକ ଜିଲ୍ଲା ସଦର ଥାନା ଅରିଲୋ ମେଳଣ ପଡିଆ ନିକଟରୁ ଉଦ୍ଧାର ହୋଇଛି ମହିଳାଙ୍କ କ୍ଷତ ବିକ୍ଷତ ମୃତଦେହ । ମହିଳାଙ୍କ ସ୍ୱାମୀଙ୍କ କହିବା ଅନୁଯାୟୀ, ସେ ଓ ତାଙ୍କ ପୁଅ ପ୍ରତିଦିନ ଭୁବନେଶ୍ୱରକୁ ପରିବା ବେପାର କରିବାକୁ ଯାଇ ବିଳମ୍ବିତ ରାତିରେ ଘରକୁ ଫେରନ୍ତି ।

ତେବେ ଗତକାଲି ରାତିରେ ସେମାନେ ଫେରିବା ବେଳକୁ ପତ୍ନୀ ଘରେ ନଥିଲେ । ବହୁ ଖୋଜାଖୋଜି ପରେ ଘର ସାମ୍ନାରୁ କିଛି ଦୂରରେ ତାଙ୍କ ମୃତଦେହ ମିଳିଥିଲା । ମହିଳାଙ୍କ ମୁଣ୍ଡରେ କ୍ଷତ ରହିଛି । ପୂର୍ବ ଶତ୍ରୁତାକୁ ନେଇ କେହି ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରେ ପୋଲିସ ଓ ସାଇଂଟିଫିକ୍ ଟିମ୍ ରଖି ତଦନ୍ତ କରୁଛନ୍ତି ।

Also Read  OPCC President asks Govt to make interest free loans to reduce farmer death rates

LEAVE A REPLY

Please enter your comment!
Please enter your name here