ବାଣ ଫୁଟାଇଲେ କହିଁକି ବଢ଼ିପାରେ କରୋନା… ? ଜାଣନ୍ତୁ ପୂରା ତଥ୍ୟ…

0
917
ବାଣ ଜଗିବେ ପୋଲିସ
ବାଣ ଜଗିବେ ପୋଲିସ

ଭୁବନେଶ୍ୱର :ବାଣ ଫୁଟାଇଲେ କରୋନା ବଢ଼ିପାରେ। ବାଣ ଫୁଟାଇଲେ ନାଇଟ୍ରିକ୍‌ ଡାଇଅକ୍ସାଇଡ୍‌ ବାହାରିଥାଏ। ଯାହାକି କରୋନା ଭୂତାଣୁ ବୃଦ୍ଧିରେ ସାହାଯ୍ୟ କରିଥାଏ। ତେଣୁ ଏଥିପ୍ରତି ସତର୍କ ରହିବାକୁ ପଡ଼ିବ। ଦୀପାବଳି ପୂର୍ବରୁ ଏମିତି ଚିନ୍ତା ବଢାଇଲା ଭଳି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ।

ଡିଏମ୍‌ଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ବର୍ତ୍ତମାନ କରୋନା ରହିବା ଓ ବଢ଼ିବା ଚିନ୍ତାଜନକ ବିଷୟ। ସେଥିପାଇଁ ସମସ୍ତେ ସତର୍କ ରହିବା ଉଚିତ । ବାଣ ଫୁଟାଇବାକୁ ନେଇ ଡାକ୍ତର ମହାନ୍ତି କହିଛନ୍ତି, ଆଗକୁ ଦୀପାବଳି ଅଛି। ଏହା ପାର୍ବଣର ସମୟ। ଏଣୁ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ଆମ ସଂସ୍କୃତିରେ ଦୀପାବଳିରେ ବାଣ ଫୁଟାଇବାର ପରମ୍ପରା ରହିଛି। ବାଣ ଫୁଟାଇଲେ ବାୟୁ ପ୍ରଦୂଷଣ ହୁଏ। ବାୟୁ ପ୍ରଦୂଷଣ ହେଲେ ଗୁଡ଼ାଏ ଟାକ୍ସିକ ପଦାର୍ଥ ବାୟୁମଣ୍ଡଳକୁ ଯାଏ। ଯାହାକି କ୍ଷତିକାରକ । ସରକାର ଜାରି କରିଥିବା ଗାଇଡ୍‌ଲାଇନ୍‌ ମାନିଲେ କରୋନା ନିୟନ୍ତ୍ରଣରେ ରହିବ ବୋଲି ଡାକ୍ତର ମହାନ୍ତି କହିଛନ୍ତି।

corona2 1

ସେପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ରାଜ୍ୟରେ କୋଭିଡ୍‌ ସ୍ଥିତି ଭଲ ରହିଛି। କିଛିଦିନ ହେଲାଣି ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ସଂକ୍ରମଣ ଅଧିକ ରହୁଛି। କିନ୍ତୁ ବ୍ୟସ୍ତ ହେବାର ନାହିଁ। ଆମର ହସ୍ପିଟାଲରେ ଆଡ଼ମିସନ ବଢୁନାହିଁ। ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁନାହିଁ। ତେବେ ହଠାତ୍‌ ସଂକ୍ରମଣ କାହିଁକି ବଢ଼ୁଛି? ତାହା ଉପରେ ତର୍ଜମା ଚାଲୁଛି ବୋଲି ନିରଞ୍ଜନ ମିଶ୍ର କହିଛନ୍ତି। ଆଗକୁ ଆସୁଥିବା ଦୀପାବଳିରେ ଅମାନିଆ ନ ହୋଇ ନିୟମ ପାଳନ କଲେ ସ୍ଥିତି ଭଲ ରହିବ ବୋଲି ସେ କହିଛନ୍ତି।

Also Read  JE virus traced at Mayurbhanj; One affected