ତାଇଓ୍ବାନ ପ୍ରସଙ୍ଗରେ ବାଇଡେନଙ୍କୁ ଜିନପିଙ୍ଗଙ୍କ ଚେତାବନୀ; ‘ନିଆଁ ସହ ଖେଳନି ଜଳିଯିବ’

0
427
xi-jinping-warns-joe-biden-over-taiwan

ଓ୍ବାଶିଂଟନ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଗୁରୁବାର ପ୍ରାୟ ଦୁଇ ଘଣ୍ଟା ଧରି ଫୋନ୍ ରେ କଥା ହୋଇଛନ୍ତି । ଏହି ବାର୍ତ୍ତାଳାପ ସମୟରେ ଉଭୟ ନେତା ତାଇୱାନ ପ୍ରସଙ୍ଗରେ ପରସ୍ପରକୁ ଚେତାବନୀ ଦେଇଛନ୍ତି।

ବାଇଡେନ ଚୀନ୍ ପ୍ରତିପକ୍ଷ ସି ଜିନପିଙ୍ଗଙ୍କୁ କହିଛନ୍ତି ଯେ ତାଇୱାନର ସ୍ଥିତିକୁ ବଦଳାଇବା ପାଇଁ ଆମେରିକା ଏକପାଖିଆ ପଦକ୍ଷେପକୁ ଦୃଢ ବିରୋଧ କରୁଛି। ତେବେ ତାଇୱାନ ଉପରେ ଆମେରିକାର ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ସେ ଜିନପିଙ୍ଗଙ୍କୁ ସିଧା ସିଧା କହିଛନ୍ତି।

ଅନ୍ୟପକ୍ଷରେ ଜିନପିଙ୍ଗ ମଧ୍ୟ ବାଇଡେନଙ୍କୁ ତାଇଓ୍ବାନ ପ୍ରସଙ୍ଗରେ ହସ୍ତକ୍ଷେପ ନକରିବାକୁ ଚେତାବନୀ ଦେଇଛନ୍ତି । ‘ନିଆଁ ସହ ଖେଳନାହିଁ ଜଳିଯିବ’ ବୋଲି ବାଇଡେନଙ୍କୁ କହିଛନ୍ତି ଜିନପିଙ୍ଗ । ‘ଗୋଟିଏ ଚୀନ୍’ ନୀତି ଅନୁଯାୟୀ ଆମେରିକା ତାଇୱାନକୁ କୂଟନୈତିକ ସ୍ତରରେ ସ୍ୱୀକୃତି ଦେଉନାହିଁ। କିନ୍ତୁ ଗଣତାନ୍ତ୍ରିକ ଭାବେ ସ୍ୱୟଂ ଶାସିତ ତାଇୱାନକୁ ଆମେରିକା ଅସ୍ତ୍ରଶସ୍ତ୍ର ବିକ୍ରି କରେ ଯାହା ଦ୍ବାରା ଏହା ନିଜକୁ ରକ୍ଷା କରିପାରିବ।

ଆମେରିକାର କଂଗ୍ରେସ ବାଚସ୍ପତି ନାନସୀ ପେଲୋସିଙ୍କ ତାଇୱାନ ଗସ୍ତ ଖବର ଉପରେ ଚୀନ୍ କ୍ଷୁବ୍ଧ ହୋଇଛି। ଏହି ଗସ୍ତ ପୂର୍ବରୁ ମଧ୍ୟ ଏହି ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା । ଆମେରିକାର ତୃତୀୟ କ୍ଷମତାଶାଳୀ ବ୍ୟକ୍ତି ହେଉଛନ୍ତି ନାନସୀ ପେଲୋସି | ଯଦିଓ ସ୍ୱରାଷ୍ଟ୍ର ବିଭାଗ କହିଛି ଯେ ସେ କୌଣସି ଗସ୍ତ ସମ୍ପର୍କରେ ଘୋଷଣା କରିନାହାଁନ୍ତି, ତେବେ ଚୀନ୍ ଚେତାବନୀ ଦେଇଛି ଯେ ଯଦି ସେ ତାଇୱାନ ଗସ୍ତ କରନ୍ତି ତେବେ ଆମେରିକା ଭୟଙ୍କର ପରିଣାମ ଭୋଗିବ।

ଚୀନ୍ ବିଶ୍ୱାସ କରେ ଯେ ତାଇୱାନ ଏହାର ଅନ୍ୟତମ ପ୍ରଦେଶ, ଯାହା ଶେଷରେ ଦିନେ ପୁଣିଥରେ ଚୀନ୍‌ର ଅଂଶ ହେବ। ଅନ୍ୟପକ୍ଷରେ ତାଇୱାନ ନିଜକୁ ଏକ ସ୍ବାଧୀନ ଦେଶ ବୋଲି କହିଆସିଛି।

Also Read  PM Modi And US President Joe Biden Express Happiness With The Progress Made Across Sectors In The Bilateral Agenda