“ଦି କାଶ୍ମୀର ଫାଇଲ୍ସ” ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ‘Y’ କାଟାଗୋରୀ ସୁରକ୍ଷା

0
432
police-complaint-filed-against-vivek-agnihotri

ନୂଆଦିଲ୍ଲୀ: ମାର୍ଚ୍ଚ ୧୧ ତାରିଖରେ ରିଲିଜ୍ ହୋଇଥିବା କାଶ୍ମୀର ପଣ୍ଡିତଙ୍କ କାହାଣୀ ଉପରେ ଆଧାରିତ ଫିଲ୍ମ ‘ ଦ କାଶ୍ମୀର ଫାଇଲ୍ସ’ ଆଜିକାଲି ବେଶ ଚର୍ଚ୍ଚାରେ ରହିଛି । ଚଳଚ୍ଚିତ୍ରକୁ ଅଭୂତପୂର୍ବ ଭଲପାଇବା ଦେଉଛନ୍ତି ଦର୍ଶକ । ଗୋଟିଏ ପଟେ ଲୋକମାନେ ଏହି ଚଳଚ୍ଚିତ୍ରକୁ ପସନ୍ଦ କରୁଥିବାବେଳେ ଅନେକ ଲୋକ ମଧ୍ୟ ଏହାକୁ ବିରୋଧ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଫିଲ୍ମର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ସରକାର ସମଗ୍ର ଭାରତରେ ସିଆରପିଏଫ ସୁରକ୍ଷା ସହିତ ‘Y’ କ୍ୟାଟାଗୋରୀ ସୁରକ୍ଷା ଦେଇଛନ୍ତି । Y କାଟାଗୋରୀ ସୁରକ୍ଷାର ପ୍ରୋଟକଲ ଅନୁଯାୟୀ, ସମଗ୍ର ଦେଶରେ ବିବେକ ଯେଉଁଠାକୁ ବି ଯିବେ, ସେଠାରେ ତାଙ୍କୁ ଏହି ସୁରକ୍ଷା ଯୋଗାଇ ଦିଆଯିବ । ଇଣ୍ଟେଲିଜେନ୍ସ ବ୍ୟୁରୋର ଥ୍ରେଟ୍ ପରସେପ୍ସନ ରିପୋର୍ଟ ଆଧାରରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିବେକଙ୍କୁ ଏହି ସୁରକ୍ଷା ପ୍ରଦାନ କରାଯାଇଛି ।

୧୯୯୦ ମସିହାରେ କିଭଳି କାଶ୍ମୀର ପଣ୍ଡିତଙ୍କ ହତ୍ୟାକାଣ୍ଡ ହୋଇଥିଲା ତାହା ଏହି ଚଳଚ୍ଚିତ୍ରରେ ଚିତ୍ରିତ ହୋଇଛି । ଅଧିକାଂଶ ସହରର ସିନେମା ହଲରେ ଏହା ହାଉସଫୁଲ୍ ସୋ ହେଉଛି । ଚଳଚ୍ଚିତ୍ର ନିର୍ମାଣ କରି ବିବେକ ଅଗ୍ନିହୋତ୍ରୀ ଲୋକଙ୍କ ଘରେ ହିଂସାର କାହାଣୀ ଆଣିଛନ୍ତି । ଏଥିରେ କାଶ୍ମୀର ଆତଙ୍କବାଦୀ ବାହିନୀର ଖୁଲାସା ହୋଇଛି । ଯାହା ପରେ କାଶ୍ମୀରରେ କାଶ୍ମୀର ଏବଂ ଶାନ୍ତି ବିଷୟରେ କଥାବାର୍ତ୍ତା କରୁଥିବା ଦୁଇ ପକ୍ଷର ଲୋକ କ୍ରୋଧପରାୟଣ ହୋଇ ବିବେକ ଅଗ୍ନିହୋତ୍ରୀଙ୍କୁ ଧମକ ଦେଉଥିବା ଅଭିଯୋଗ ଆସିଛି ।

Also Read  ମିଠା ଖାଇ ଟଙ୍କା ନଦେଇ ପଳାଉଥିଲେ ଦୁର୍ଦ୍ଦାନ୍ତ ଅପରାଧୀ : ମାଡ଼ି ବସିଲା ପୁଲିସ୍‌

LEAVE A REPLY

Please enter your comment!
Please enter your name here