ରାସ୍ତାକଡ଼ରୁ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର

0
345
Girl Dies As A Speeding Bus Drags Her Body For 500 Meters In Odisha's Bolangir
Girl Dies As A Speeding Bus Drags Her Body For 500 Meters In Odisha's Bolangir

ପାଟଣାଗଡ଼: ପାଟଣାଗଡ଼ ବ୍ଲକ କନିଷ୍ଠ ଯନ୍ତ୍ରୀ ସୁରେଶ ସାହୁଙ୍କ ମୃତ ଦେହ ଉଦ୍ଧାର । ବଲାଙ୍ଗିର ଜିଲ୍ଲା ବନକାବିଅର ଗାଁ ନିକଟରେ ଥିବା କପା କିଆରିରୁ ପାଟଣାଗଡ଼ ବ୍ଲକର କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କ ଘର କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ। ମୃତଦେହ ପାଖରେ ତାଙ୍କ ବାଇକ୍‌ ପଡ଼ିଛି। କନିଷ୍ଠ ଯନ୍ତ୍ରୀଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।

ସୂଚନା ଅନୁସାରେ, ପାଟଣାଗଡ଼ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁରେଶ କୁମାର ସାହୁ ଫିଲ୍ଡ ପରିଦର୍ଶନରେ ଯାଇଥିବା ବେଳେ ଗୁରୁବାର ମଧ୍ୟାହ୍ନରେ ନିଖୋଜ ହୋଇଯାଇଥିଲେ । ତାଙ୍କ ମୃତ ଶରୀର ସହ ତାଙ୍କ ବାଇକ ବନକାବିଅର ଗାଁ ନିକଟରେ ପଡିଥିବା ଦେଖି କିଛି ଲୋକ ପୋଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । କନିଷ୍ଠ ଯନ୍ତ୍ରୀଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ତଦନ୍ତ ପରେ ଘଟଣାର ସତ୍ୟାସତ ଜଣାପଡ଼ିବ ବୋଲି ବଲଙ୍ଗିର ଏସ୍‌ପି କହିଛନ୍ତି।

Also Read  ୧୦୦୦ କୋଟି କ୍ଲବରେ ‘ଆରଆରଆର’: ଆୟ କ୍ଷେତ୍ରରେ ଦେଶରେ ତୃତୀୟ