ଶୌଚାଳୟରେ କିରୋସିନି ଢାଳି ଛାତ୍ରୀଙ୍କୁ ଜୀଅନ୍ତା ଜାଳିଦେଲା ଯୁବକ

0
132
fire-broke-out-in-a-church-in-egypt-41 died

ସୋର: ଯୁବକଙ୍କ ବୀଭତ୍ସ ହତ୍ୟାକାଣ୍ଡ । ଛାତ୍ରୀଙ୍କୁ ନିଆଁ ଲଗାଇ ହତ୍ୟା । ଶୌଚାଳୟ ଭିତରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଉପରେ କିରୋସିନି ଢାଳି ଜୀଅନ୍ତା ଜାଳିଦେଲା ଯୁବକ । ବାଲେଶ୍ୱର ଜିଲ୍ଲା ଖଇରା ଥାନା ବାରିଙ୍ଗିଆରେ ଗାଁରେ ଘଟିଛି ଏଭଳି ଅମାନୁଷିକ କାଣ୍ଡ । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମବାସୀମାନେ ଅଭିଯୁକ୍ତକୁ ଅଟକ ରଖିଛନ୍ତି।

ସୂଚନା ଅନୁଯାଇ, ରବିବାର ସକାଳ ସମୟରେ ବାରିଙ୍ଗିଆ ଗାଁର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଶୌଚାଳୟ ଭିତରେ ଜୀଅନ୍ତ ପୋଡି ମାରିଦେଇଛି ଜଣେ ଯୁବକ । ମୃତ ଛାତ୍ରୀଙ୍କ ନିକଟରେ ପଡିଛି କଟା ଚୁଟି, ଲାଇଟର ଓ ବିଷ ବୋତଲ । ଏପିରିକି ଛାତ୍ରୀଙ୍କୁ ମାରିବା ପୂର୍ବରୁ ଚୁଟି କାଟିଥିଲେ ଅଭିଯୁକ୍ତ । ଏହାପରେ ଯୁବତୀଙ୍କୁ କିରୋସିନି ଢାଳି ମାରିଦେଇଛି ସେହି ଗାଁର ଦୟାନିଧି ଜେନା । ଏବେ ଯାଏଁ ଏହା ପଛର କାରଣ ଅସ୍ପଷ୍ଟ ରହିଛି । ସେପଟେ ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ । ତେବେ ଯୁବକ ଜଣଙ୍କ କାହିଁକି ଛାତ୍ରୀଙ୍କୁ ଏଭଳି ନିର୍ମମ ଭାବରେ ହାତ୍ୟା କରିଛନ୍ତି ତାହାର କାରଣ ଅସ୍ପଷ୍ଟ ରହିଛି।

Also Read  ଖାର୍କିଭ ସହରକୁ ପୁନର୍ବାର ଦଖଲ କରିଥିବା ନେଇ ୟୁକେନ ର ଦାବି

LEAVE A REPLY

Please enter your comment!
Please enter your name here