ଆମ୍ବ ଚୋରି କରି ଚାକିରିରୁ ବିଦା ହେଲେ ପୁଲିସ ଅଧିକାରୀ

0
137
ଆମ୍ବ ଚୋରି କରି ଚାକିରିରୁ ବିଦା ହେଲେ ପୁଲିସ ଅଧିକାରୀ

ଥିରୁବନନ୍ତପୁରମ୍ : ଏପ୍ରିଲ ୨୬ ତାରିଖ: ଦୋକାନରୁ ଆମ୍ବ ଚୋରି କରି ଚାକିରିରୁ ତଡା ଖାଇଲେ ଜଣେ ପୁଲିସ ଅଧିକାରୀ I ଘଟଣାଟି ଘଟିଛି କେରଳର କୋଟ୍ଟାୟମ ଜିଲ୍ଲାର କାଞ୍ଜିରାପାଲିରେ I ଗତ ବର୍ଷ ସେପ୍ଟେମ୍ବରରେ ପୋଲିସ ଅଧିକାରୀ ପି.ଭି. ଶିହାବ କାଞ୍ଜିରାପାଲିରେ ଥିବା ଏକ ଦୋକାନ ବାହାରେ ରଖାଯାଇଥିବା ୫୦୦ ଟଙ୍କା ରୁ ଅଧିକ ମୂଲ୍ୟର ଆମ୍ବ ବାକ୍ସକୁ ନେଇ ଯାଇଥିଲେ I

ଯେତେବେଳେ ଦୋକାନୀ ତାଙ୍କ ଦୋକାନ ଖୋଲିବାକୁ ଆସିଲେ, ସେ ଦେଖିଲେ ଯେ’ ଗୋଟିଏ ଆମ୍ବ ବାକ୍ସ ନାହିଁ I ସେ ତାଙ୍କ ସିସିଟିଭି ଯାଞ୍ଚ କରି ଜଣେ ପୋଲିସ କର୍ମଚାରୀ ଏହି ଫଳ  ନେଇଥିବାର ଜାଣିବାକୁ ପାଇଲେ ।

ପୁଲିସ ଅଧିକାରୀ ଜଣକ ତାଙ୍କ ଦୁଇଚକିଆ ଯାନରେ ଆମ୍ବ ବାକ୍ସଟିକୁ ରଖି ଯାଉଥିବାର ଦୃଶ୍ୟ ସିସିଟିଭି ରେ ରେକର୍ଡ ହେଇଥିଲା I ଏହି ଭିଡିଓ ଟି ଭାଇରାଲ ହେବା ପରେ ଅଧିକାରୀ ଜଣକ କିଛିଦିନ ପାଇଁ ଫେରାର ହେଇଯାଇଥିଲେ I
ପରବର୍ତୀ ସମୟରେ, କେରଳ ପୁଲିସ ତାଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି I

Also Read  ଅଗ୍ନିକାଣ୍ଡ କରୁଥିବା ଯୁବକମାନେ ଅଗ୍ନିବୀର ହୋଇପାରିବେ ନାହିଁ : ଭାରତୀୟ ସେନା

LEAVE A REPLY

Please enter your comment!
Please enter your name here