ଛତିଶଗଡ ରେ ମାଓବାଦୀ ଆକ୍ରମଣରେ ୧୧ ପୁଲିସ କର୍ମଚାରୀ ସହିଦ

0
645
3 Maoists Killed In An Encounter With Police In Odisha's Kalahandi District
3 Maoists Killed In An Encounter With Police In Odisha's Kalahandi District

ଭୁବନେଶ୍ୱର: ଏପ୍ରିଲ ୨୬: ବୁଧବାର ଦିନ ଛତିଶଗଡର ଦାନ୍ତେୱାଡା ଜିଲ୍ଲାରେ ମାଓବାଦୀଙ୍କ ଦ୍ୱାରା ହୋଇଥିବା ବିସ୍ଫୋରଣରେ ଜଣେ ଡ୍ରାଇଭରଙ୍କ ସମେତ ୧୧ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।

ଉପଲବ୍ଧ ସୂଚନା ଅନୁଯାୟୀ, ଏକ ପୋଲିସ ଟିମ୍ ଆରାନପୁର ପୋଲିସ ଷ୍ଟେସନ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ମାଓବାଦୀଙ୍କ ସହ ଏନକାଉଣ୍ଟର ହୋଇଥିଲା ଯେଉଁଥିରେ ସେମାନେ ପୋଲିସର ପାଟ୍ରୋଲିଂ ଗାଡି ବିସ୍ଫୋରଣ କରି ଉଡାଇ ଦେଇଥିଲେ I
ସୂତ୍ରରୁ ପ୍ରକାଶ ଯେ ବର୍ଷା ଯୋଗୁଁ ଫସି ରହିଥିବା କିଛି ପୋଲିସ କର୍ମଚାରୀଙ୍କୁ ଉଦ୍ଧାର କରିବାକୁ ପୋଲିସ ଟିମ୍ ଯାଇଥିବା ବେଳେ ଏହି ଘଟଣା ଘଟିଛି।
ଏହି ଘଟଣାରେ ଦୁଖଃ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ଟ୍ୱିଟରରେ ପୋଷ୍ଟ କହିଛନ୍ତି, ଦାନ୍ତେୱାଡା ଜିଲ୍ଲାର ଅରଣପୁର ଅଂଚଳରେ ନକ୍ସଲ ବିରୋଧୀ ଅଭିଯାନ ଚାଲୁଥିବା ବେଳେ ନକ୍ସଲଙ୍କ ଦ୍ୱାରା ହେଇଥିବା IED ଆକ୍ରମଣରେ ୧୦ ଜଣ DRG (ଜିଲ୍ଲା ରିଜର୍ଭ ଗାର୍ଡ) କର୍ମଚାରୀ ଏବଂ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦାୟକ ଅଟେ I ଆମେ ରାଜ୍ୟର ସମସ୍ତ ନାଗରିକ ଶ୍ରଦ୍ଧାଞ୍ଜଳି ଜଣାଉଛୁ I ତାଙ୍କର ଆତ୍ମା ​​ଶାନ୍ତିରେ ବିଶ୍ରାମ କରୁ ।

 

Also Read  Cabinet Relaxes Requisite Minimum Qualification For Recruitment Of CRPF Constables From From 3 Districts Of South Chhattisgarh