ଏନଏଚ ୩୫୩ରେ ସିରିଜ ଦୁର୍ଘଟଣା, ପରସ୍ପର ସହ ପିଟିହେଲେ ୩ ଟ୍ରକ

0
229

କୋମନା: ନୂଆପଡା ଜିଲ୍ଲା କୋମନା ଥାନା ଏନଏଚ ୩୫୩ର ଝାଲକୁସୁମ ଗାଁ ନିକଟରେ ସିରିଜ୍ ଦୁର୍ଘଟଣା ହୋଇଛି । ଝାଲକୁସୁମ ଗାଁ ପାଖରେ ଯାନ୍ତ୍ରିକ ତୢଟି ପାଇଁ ଠିଆ ହୋଇ ଥିଵା ଏକ ମାଲ ବୋଝେଇ ଟ୍ରକକୁ ଆଗ ପଟୁ ଓ ପଛ ପଟୁ ୨ଟି ଟ୍ରକ ପିଟି ଦେଇଛି । ଠିଆ ହୋଇ ଥିବା ଟ୍ରକର ସାମନା ଚୁରମାର ହୋଇ ଯାଇଥିବାବେଳେ ଜାତୀୟ ରାଜପଥରେ ରାତି ୪ଟାରୁ ଏଯାଏ ଯାନବାହାନ ଚଳାଚଳ ଠପ ହୋଇ ଯାଇଛି । ଗୁରୁତର ଅବସ୍ଥାରେ ଠିଆ ହୋଇ ଥିବା ଟ୍ରକର ଡ୍ରାଇଭରକୁ ଉଦ୍ଧାର କରି କୋମନା ମେଡିକାଲରେ ଭର୍ତ୍ତି କରାଯାଇଛି । ରାସ୍ତାରେ ଯାତାୟାତ ସ୍ୱାଭାବିକ କରିବାକୁ ପୁଲିସ ଉଦ୍ୟମ କରୁଛି ।

Also Read  ହୀରାକୁଦ ଜଳଭଣ୍ଡାରରେ ବଢୁଛି ଜଳ ସ୍ତର, ୩୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ

LEAVE A REPLY

Please enter your comment!
Please enter your name here