ଏସ୍‌ଟିଏଫ୍ ପାଞ୍ଝାରେ ଜମତାରା ଗ୍ୟାଙ୍ଗର ଦୁଇ ଠକ

0
921

ଭୁବନେଶ୍ୱର : ସ୍ପେଶାଲ ସ୍କ୍ୱାଡ୍‌(ଏସଟିଏଫ) ପଞ୍ଝାରେ ଜମତାରା ଗ୍ୟାଙ୍ଗର ଦୁଇ ଠକ । ଏହି ଦୁଇ ଠକଙ୍କୁ ଗିରିଡିରୁ ଏସ୍‌ଟିଏଫ୍ ଗିରଫ କରିଛି । ଝାଡ଼ଖଣ୍ଡରେ ରହି ଦୁଇ ଠକ ଅପରେଟ କରିବା ସହିତ କେୱାଇସି ଅପଡେଟ କରିବା ଆଳରେ ୬୬ ଲକ୍ଷ ଠକି ନେଇଥିଲେ ।

ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ ପ୍ରଥମେ ଲୋକଙ୍କ ସହିତ ବିଶ୍ୱାସଭାଜନ ହୋଇ କଥା ହେବା ପରେ ଠକୁଛି ଜମତାରା ଗ୍ୟାଙ୍ଗ ।ବିଭିନ୍ନ ପ୍ରକାର ଟେକନିକ୍ ବ୍ୟବହାର କରି ଲୋକଙ୍କଠାରୁ ଡାଟା ନେଇ ଠକୁଛି ଗ୍ୟାଙ୍ଗ । ଏ ସମ୍ପର୍କିତ ଏକ ଭିଡିଓ ଜାରି କରିବା ସହ ଫୋନ୍ ଯୋଗେ କୌଣସି ବ୍ୟାଙ୍କ ଡିଟେଲ୍ସ ମାଗୁଥିବା ଲୋକଙ୍କୁ ଡାଟା ନଦେବାକୁ ପରାମର୍ଶ ଦେଇଥିଲେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ।

ଏହି ଜମତାରା ଗ୍ୟାଙ୍ଗ ପ୍ରଥମେ ଗ୍ରାହକଙ୍କୁ କଲ୍ କରି ବ୍ୟାଙ୍କର କର୍ମଚାରୀ ବୋଲି କହୁଛନ୍ତି । କଲ୍ କରି ଗ୍ରାହକଙ୍କ ବ୍ୟାଙ୍କ ଖାତା ବନ୍ଦ ହୋଇଯାଇଛି, ଖାତା ଚାଲୁ କରିବାର ଅଛି କି ବୋଲି କହୁଛନ୍ତି । ଏହାର କିଛି ସମୟ ପରେ ବ୍ୟାଙ୍କ ମ୍ୟାନେଜରଙ୍କୁ ଫୋନ ଦେଉଛି ବୋଲି ସାଇବର ଠକ କହୁଛି । ଏହା ପରେ ଅନ୍ୟ ଜଣେ ଠକ ନିଜକୁ ବ୍ୟାଙ୍କ ମ୍ୟାନେଜର କହି କଥା ହେଉଛି ଏବଂକେୱାଇସି ଅପଡେଟ କରିବାକୁ ଗ୍ରାହକଙ୍କୁ କହୁଛି । କେୱାଇସି ଅପଡେଟ କରିବାକୁ ଗ୍ରାହକଙ୍କୁ ତାଙ୍କ ଏଟିଏମ୍ କାର୍ଡର ୧୬ ଟିକିଆ ନମ୍ବର ମାଗୁଛନ୍ତି । ଏହା ପରେ ଏହି ଏଟିଏମ କାର୍ଡର ଏକ୍ସପାରି ନମ୍ବର ଅଛି କି ନାହିଁ ତାହା ପଚାରୁଛନ୍ତି । ଏହା ପରେ ଗ୍ରାହକଙ୍କୁ ଏକ କୋର୍ଡ ମାଗୁଛନ୍ତି । ଗ୍ରାହକ ସାଇବର ଠକଙ୍କୁ କୋର୍ଡ ଦେବା ପରେ ଠକ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି କରୁଛନ୍ତି ।

Also Read  କାରକୁ ଓଭରଟେକିଂ ମହଙ୍ଗା ପଡ଼ିଲା : ସାମ୍ବାଦିକଙ୍କୁ ପିଟି ପିଟି ହତ୍ୟା