ଓଡ଼ିଶାରେ ପୁଣି ବଢ଼ୁଛି କରୋନା: ୨୪ ଘଣ୍ଟାରେ୧୫୫ ପଜିଟିଭ ଚିହ୍ନଟ

0
222

ଭୁବନେଶ୍ବର: ଗତକାଲି ୧୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୬୪ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୧୬ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ରାଜ୍ୟର ୧୭ଟି ଜିଲ୍ଲାରୁ ୧୫୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୧୩ଟି ଜିଲ୍ଲାରେ କରୋନା ସଂକ୍ରମଣର ସୂଚନା ନାହିଁ। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୯ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବରରୁ ୮ ଜଣ, ବରଗଡ଼ରୁ ୩ ଜଣ, ଭଦ୍ରକରୁ ୪ ଜଣ, କଟକରୁ ୧୬ ଜଣ, ଢେଙ୍କାନାଳ ଜିଲ୍ଲାୁ ୧ ଜଣ, ଜଗତ୍ସିଂହପୁରରୁ ୪ ଜଣ, ଝାରସୁଗୁଡ଼ାରୁ ୧ ଜଣ, କେନ୍ଦ୍ରାପଡ଼ାରୁ ଜଣେ, ଖୋର୍ଦ୍ଧା ଜିଲ୍ଲାରୁ ୬୯ ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ଜଣେ, ନୟାଗଡ଼ରୁ ୨ ଜଣ, ପୁରୀରୁ ୯ ଜଣ, ରାୟଗଡ଼ାରୁ ୫ ଜଣ, ସମ୍ବଲପୁରରୁ ୩ ଜଣ, ସୋନପୁରରୁ ୨ ଜଣ, ସୁନ୍ଦରଗଡ଼ରୁ ୧୨ ଜଣ ଓ ଷ୍ଟେଟ୍ପୁଲ୍ ୧୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏପର୍ଯ୍ୟନ୍ତ ରାଜ୍ୟରେ ୧୨, ୮୯, ୭୫୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୨, ୭୯, ୮୪୯ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୭୨୯ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Also Read  ବୀରଭୂମ ହିଂସାକାଣ୍ଡ ଘଟଣା ପାଇଁ ରାଜ୍ୟସଭାରେ ଭୋ ଭୋ ହୋଇ କାନ୍ଦିଲେ ବିଜେପି ସାଂସଦ ରୂପା ଗାଙ୍ଗୁଲୀ

LEAVE A REPLY

Please enter your comment!
Please enter your name here