କନଷ୍ଟେବଳଙ୍କୁ ଆକ୍ରମଣ କରି ଅଭିଯୁକ୍ତଙ୍କୁ ଛଡ଼ାଇ ନେଲେ ମାଫିଆ

0
176

ସୋର: କେନ୍ଦ୍ରାଞ୍ଚଳ ଅବକାରୀ ସ୍ୱାଡ୍‌ର କନଷ୍ଟେବଳଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଖଇରା ଥାନା ଅଧିନସ୍ଥ ତୁରିଗଡ଼ିଆରେ ଚଢ଼ାଉ କରି ଫେରୁଥିବା ବେଳେ ମାଫିଆ ମାନେ କନଷ୍ଟେବଳ ବସନ୍ତ ମଲ୍ଲିକଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି । ମାଫିଆଙ୍କ ଆକ୍ରମଣ​‌ରେ କନଷ୍ଟେବଳ ବସନ୍ତ ଗୁରୁତର ହେବା ସହ ତାଙ୍କୁ ଚିକିତ୍ସା ପାଇଁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ ବସନ୍ତ ତୁରିଗଡ଼ିଆରେ ଚଢ଼ାଉ କରି ଫେରୁଥିଲେ । ଚଢ଼ାଉ କରିବା ସମୟରେ ବିପୁଳ ପରିମାଣର ମଦ ଓ ବାଇକ୍‌ ଜବତ ହୋଇଥିଲା । ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିବାରେ ସଫଳ ହୋଇଥିଲା ବିଭାଗ । ହେଲେ ଅଭିଯୁକ୍ତ ସହ ଜବତ ହୋଇଥିବା ମଦ ଓ ବାଇକ୍‌ ନେଇ ଫେରୁଥିବା ବେଳ ରାସ୍ତାରେ କନଷ୍ଟେବଳ ବସନ୍ତଙ୍କୁ ୮ରୁ ୧୦ଜଣ ମାଫିଆ ଆକ୍ରମଣ କରିଥିଲେ । ଆକ୍ରମଣ କରିବା ପରେ ମାଫିଆ ମାନେ ଜବତ ସାମଗ୍ରୀ ଛଡ଼ାଇନେବା ସହ ଅଭିଯୁକ୍ତକୁ ମଧ୍ୟ ଖସାଇ ନେଇଛନ୍ତି ।

Also Read  ୟୁକ୍ରେନ ବିରୋଧରେ ରୁଷର ସମରସଜ୍ଜା : ଆଲର୍ଟ ମୋଡରେ ନାଟୋ ବାହିନୀ

LEAVE A REPLY

Please enter your comment!
Please enter your name here