କପିଳାସ ଘାଟିରେ ଓଲଟିଲା ଯାତ୍ରୀବାହୀ ଅଟୋ: ଜଣେ ମୃତ, ୪ ଆହତ

0
562

ଢ଼େଙ୍କାନାଳ : କପିଳାସ ଘାଟିରେ ଓଲଟିଲା ଯାତ୍ରୀବାହୀ ଅଟୋ। ଢ଼େଙ୍କାନାଳ ପ୍ରସିଦ୍ଧ କପିଳାସ ପୀଠକୁ ଦର୍ଶନ କରିବା ଯାଉଥିବା ବେଳେ ରାସ୍ତାର ୧୧ ନମ୍ବର ବାଙ୍କରେ ଘଟିଲା ସଡକ ଦୁର୍ଘଟଣା। ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣଙ୍କ ଆହତ ହୋଇଛନ୍ତି। ଅଟୋରେ ୧୦ଜଣ ଯାତ୍ରୀଥିବା ସୂଚନା ମିଳିଛି। ସମସ୍ତଙ୍କୁ ଉଦ୍ଧାର କରାଯାଇ ୧୦୮ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଲ ମୁଖ୍ୟ ଡାକ୍ତର ଖାନାରେ ଭର୍ତି କରିଥିବା ଜଣାପଡ଼ିଛି । ମୃତାହତ ମାନେ ସମସ୍ତେ ଅନୁଗୁଳ ଜିଲ୍ଲାର ତଳମୂଳ ଗ୍ରାମର ବୋଲିଜଣାପଡିଛି ।

ସୂଚନା ମତାବିକ, ଗତରାତି ପ୍ରାୟ ସାଢ଼େ ୧୨ଟା ସମୟରେ କପିଳାସ ୧୧ ନମ୍ବର ଘାଟିରେ ଅଟୋ ଓଲଟି ପଡିଛି। ଅନୁଗୁଳ ତଳମୂଳ ଗ୍ରାମର ୧୦ଜଣ ଯୁବକ ଅଟୋରେ କପିଳାସ ଦର୍ଶନ କରିବାକୁ ଯାଉଥିଲେ । ତେବେ ବାରବାଙ୍କ ରାସ୍ତାର ୧୧ନଂ ବାଙ୍କରେ ଅଟୋଟି ଉପରକୁ ଉଠି ନପାରି ପଛକୁ ଗଡି ବାଙ୍କ ପାର୍ଶ୍ଵ ଥିବା ପଥର ପାଚେରୀରେ ଧକ୍କା ହୋଇଥିଲା । ଫଳରେ ଅଟୋଟି ଓଲଟି ପଡିବାରୁ ଅଟୋ ତଳେ ଚାପି ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

ଖବର ପାଇ ଗତରାତିରେ ଗଁନ୍ଦିଆ ପୁଲିସ ବାରବାଙ୍କ ରାସ୍ତାରୁ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲା। ଏହି ପରେ ଯୁବକ ମାନଙ୍କୁ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଲ ମୁଖ୍ୟ ଡାକ୍ତର ଖାନାରେ ଭର୍ତି କରିଥିବା ଜଣାପଡ଼ିଛି ।ମୃତ୍ୟୁ ଘଟିଥିବା ଯୁବକ ଜଣଙ୍କ ତଳମୂଳ ଗ୍ରାମର ସୁଜିତ ସିଠ ବୋଲି ଜଣାପଡିଛି । ୪ ଜଣ ଯୁବକ ଆହତ ଥିବା ଜଣାପଡିଛି।

Also Read  ରାଜ୍ୟରେ କରୋନା ସ୍ଥିତି ଉପରେ ସମୀକ୍ଷା ବୈଠକରେ ନିଷ୍ପତି: କଲେଜରେ ଦିଆଯିବ କୋଭିଡ-୧୯ ଟିକା