ନିଆଁରେ ପୋଡି ଜୀବନ୍ତ ଜଳିଗଲେ ମହିଳା ଓ୍ବାର୍ଡମେମ୍ବର

0
385
woman burnt-to-death-in-jagatsinghpur

ଜଗତସିଂହପୁର: ଘର ଜଳିବା ସହିତ ନିଆଁରେ ପୋଡି ହୋଇ ଜୀଅନ୍ତା ଜଳିଗଲେ ମହିଳା ଓ୍ବାର୍ଡମେମ୍ବର । ଆଜି ଏହି ଦୁଃଖଦ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ପଞ୍ଚାୟତର ୧ ନମ୍ବର ୱାର୍ଡରେ। ମୃତ ୱାର୍ଡମେମ୍ବରଙ୍କ ନାଁ ସରସ୍ୱତୀ ସେଠୀ। ଆମ୍ବୁଲାନ୍ସ ଯୋଗେ ଗୁରୁତର ସରସ୍ୱତୀଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଚୁଲିରୁ ନିଆଁ ଲାଗି ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। କିନ୍ତୁ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ।

Also Read  ପଞ୍ଚାୟତ ନିର୍ବାଚନ ପ୍ରଚାର କଟକଣା କୋହଳ : ଏଣିକି ୨୦ ଜଣଙ୍କୁ ନେଇ ପ୍ରଚାର, ୩ଶହରେ ସଭା