କୋଇଲା ଦୁର୍ନୀତି: ମମତାଙ୍କ ସାଂସଦ ପୁତୁରା ଏବଂ ବୋହୂଙ୍କୁ ‘ସୁପ୍ରିମ’ ଝଟକା

0
541

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କ ଦଳ ତୃଣମୂଳ କଂଗ୍ରେସକୁ ଝଟକା। କୋଇଲା ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଓ ତାଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ପଚରାଉଚରା କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ସୁପ୍ରିମକୋର୍ଟ ସୋମବାର ଅନୁମତି ଦେଇଛନ୍ତି।

କୋର୍ଟ କହିଛନ୍ତି, 24 ଘଣ୍ଟିଆ ନୋଟିସରେ ଇଡି ଅଭିଷେକ ବାନାର୍ଜୀ ଓ ତାଙ୍କ ପତ୍ନୀଙ୍କୁ ପଚରାଉଚରା କରିପାରିବ। ତେବେ କୋର୍ଟ ଅଭିଷେକ ଓ ତାଙ୍କ ପତ୍ନୀଙ୍କୁ ଆଶ୍ୱସ୍ତି ପ୍ରଦାନ କରି କହିଛନ୍ତି ଯେ, ଏବେ ଇଡି ସେମାନଙ୍କୁ ଦିଲ୍ଲୀ ଡକାଇ ପଚରାଉଚରା କରିବା ପରିବର୍ତ୍ତେ କୋଲକାତାରେ ପଚରା ଉଚରା କରିବ।

ଏହି ମାମଲାରେ ତାଙ୍କୁ ଦିଲ୍ଲୀ ଯାଇ ତଦନ୍ତରେ ସାମିଲ ହେବା ପାଇଁ ଛାଡ଼ ଦେବାକୁ ଅଭିଷେକ କୋର୍ଟଙ୍କୁ ଅନୁରୋଧ କରିଥିଲେ। ଇଡିର ତଦନ୍ତକୁ ପଶ୍ଚିମବଙ୍ଗ ସରକାର ଲଗାତାର ବିରୋଧ କରି ଆସୁଛନ୍ତି। ଏଭଳି ସ୍ଥିତିରେ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ସହ ମୁହାଁମୁହିଁ ସ୍ଥିତିରେ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ମମତା ସରକାରଙ୍କ ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି। ତଦନ୍ତ ଅଧିକାରୀଙ୍କ ସାମ୍ନାରେ କୌଣସି ପ୍ରକାରର ବାଧା କିମ୍ବା ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଉଚିତ ନୁହେଁ ବୋଲି କୋର୍ଟ ମମତା ସରକାରଙ୍କୁ କହିଛନ୍ତି।

ଦିଲ୍ଲୀର ଏକ କୋର୍ଟ ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କ ବିରୋଧରେ ଜାମିନ ବିହିନ ଓ୍ୱାରେଣ୍ଟ ଜାରି କରିଛନ୍ତି। ଏକାଧିକ ସମନର ଉତ୍ତର ତଦନ୍ତକାରୀ ସଂସ୍ଥା ଆଗରେ ଦେବାରେ ବିଫଳ ହେବା ପରେ ଏହି ସମନ ଜାରି କରାଯାଇଛି। ଏହି ମାମଲାରେ ଅଭିଷେକଙ୍କ ପତ୍ନୀ ରୁଜିରା ବାନାର୍ଜୀ ମଧ୍ୟ ଅଭିଯୁକ୍ତ ଅଛନ୍ତି। ମମତାଙ୍କ ପୁତୁରାଙ୍କୁ ଟିଏମସିର ସେକେଣ୍ଡ-ଇନ-କମାଣ୍ଡ ବୋଲି କୁହାଯାଉଛି। ଇଡିକୁ ତଦନ୍ତରେ ସହୟୋଗ କରିବାକୁ ନିର୍ଦ୍ଦେଶ ଦେବା ମମତା ବାନାର୍ଜୀଙ୍କୁ ଶକ୍ତ ଧକ୍କା ଦେଇଛି।

Also Read  ଦୀର୍ଘବର୍ଷ ପରେ ମା’କୁ ଭେଟି ଆଶୀର୍ବାଦ ନେଲେ ଯୋଗୀ

LEAVE A REPLY

Please enter your comment!
Please enter your name here