କୋଭିଡ ହସ୍ପିଟାଲ ରେ ଅଗ୍ନିକାଣ୍ଡ; ୧୦ ମୃତ

0
409
2 From Odisha Among 45 Indians Killed In Kuwait Fire Tragedy
2 From Odisha Among 45 Indians Killed In Kuwait Fire Tragedy

ନଭେମ୍ବର ୬

ମହାରାଷ୍ଟ୍ର ଅହମ୍ମଦନଗରର ସିଭିଲ ହସ୍ପିଟାଲରେ ଘଟିଥିବା ଅଗ୍ନିକାଣ୍ଡରେ ୧୦ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଅହମ୍ମଦନଗର କଲେକ୍ଟର ରାଜେନ୍ଦ୍ର ଭୋସଲେ ଏହି ଘଟଣାକୁ ନିଶ୍ଚିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ହସ୍ପିଟାଲ ର ଆଇ ସି ୟୁ ୱାର୍ଡ ରେ ଏହି ଅଗ୍ନିକାଣ୍ଡ ଘଟିଛି I ଏହି ୱାର୍ଡ ରେ ୧୭ ଜଣ କୋଭିଡ ରୋଗୀ ଚିକିତ୍ସିତ ହେଉଥିଲେ I

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ଲୋକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ନେଇ ଘୋଷଣା କରିଛନ୍ତି।

କିନ୍ତୁ ଅଗ୍ନିଶମ ବିଭାଗର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଏହା ଇଲେକ୍ଟ୍ରିକାଲ ସର୍ଟ ସର୍କିଟ ଯୋଗୁଁ ହେଇଛି I ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି I

 

 

Also Read  6 killed in Maharashtra Army depot blast

LEAVE A REPLY

Please enter your comment!
Please enter your name here