ଦେଶରେ ଆଉ ୨ହଜାର ୮୯୭ କରୋନା ଆକ୍ରାନ୍ତ ଚିହ୍ନଟ

0
405
more 403-new covid-positives-cases identified in odisha today

ନୂଆଦିଲ୍ଲୀ: ଦେଶରେ ଗତକାଲି ତୁଳନାରେ ଆଜି ସଂକ୍ରମଣ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରୁ ୨ହଜାର ୮୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କରୋନାରୁ ଗୋଟିଏ ଦିନରେ ୨ହଜାର ୯୮୬ଜଣ ସଂକ୍ରମିତ ସୁସ୍ଥ ​‌ହୋଇଛନ୍ତି । ସେହପରି ଗୋଟିଏ ଦିନରେ କରୋନା ଯୋଗୁ ଆଉ ୫୪ ଜଣଙ୍କ ମୃତ୍ୟୁ ହୋଇଛି । ସଂକ୍ରମଣ ତୁଳନାରେ ଦେଶରେ ସୁସ୍ଥତା ହାର ମଧ୍ୟ ବୃଦ୍ଧି ପାଇଛି ।

ଯାହା ଫଳରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ସମାନ୍ୟ ହ୍ରାସ ପାଇଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ କରୋନା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ହଜାର ୪୯୪ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ଦେଶରେ ଦୈନିକ ପଜିଟିଭିଟି ହାର ୦.୬୧% ରହିଛି । ଏଯାଏ ଦେଶରେ କରୋନାରୁ ମୋଟ୍‌ ୪,୨୫,୬୬,୯୫୩ଜଣ ସୁସ୍ଥ ହୋଇଥିବା ବେଳେ ମୋଟ୍‌ ୫,୨୪,୧୫୭ ଜଣଙ୍କ ମୃତ୍ୟୁ ହୋଇଛି ।

Also Read  ମମିତା ବନାମ ଦରଦାମ ବୃଦ୍ଧି : ହଙ୍ଗାମାରୁ ବିଧାନସଭା ଅଚଳ

LEAVE A REPLY

Please enter your comment!
Please enter your name here