‘ଦେଶରେ କେହି ରାଜା କିମ୍ବା ରାଜକୁମାର ନାହାନ୍ତି’ ରାହୁଲ ଗାନ୍ଧୀଙ୍କୁ ନେଇ କଟାକ୍ଷ କଲେ ସମ୍ବିତ ପାତ୍ର

0
411

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ କ୍ରମାଗତ ଦ୍ୱିତୀୟ ଦିନ ପଚରାଉଚରା କରାଯାଉଛି। ଆଉ ଏହାକୁ ବିରୋଧ କରୁଥିବା କଂଗ୍ରେସର ଅନେକ ନେତାଙ୍କୁ ଅଟକ ରଖାଯାଇଛି। ଅନ୍ୟପକ୍ଷରେ, କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିର କାର୍ଯ୍ୟକୁ ବିଜେପି ଯଥାର୍ଥ ବୋଲି କହିଛି। ମଙ୍ଗଳବାର ଦିନ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସକୁ ଟାର୍ଗେଟ କରି ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ, ‘ଆପଣ ଦେଖୁଛନ୍ତି, ଭାରତ ମଧ୍ୟ ଦେଖୁଛି, ଦୁର୍ନୀତିକୁ ନେଇ କିଭଳି ଡ୍ରାମା ଚାଲିଛି ।

ସେମାନେ ଦୁର୍ନୀତି କରିବେ ଏବଂ ଏହା ପରେ ନାଟକ ମଧ୍ୟ କରିବେ’ । ସେ କହିଛନ୍ତି ଯେ ଏହି ଦେଶରେ କେହି ରାଜା କି ରାଜକୁମାର ନାହାଁନ୍ତି। ସମ୍ବିତ ଆହୁରି କହିଛନ୍ତି ଯେ ଏଜିଏଲ୍ କଂଗ୍ରେସର ସମ୍ପତ୍ତି ନୁହେଁ, ମା-ପୁଅ ୟଙ୍ଗ ଇଣ୍ଡିଆ କମ୍ପାନି ଗଠନ କରି ଏହି ସମ୍ପତ୍ତି ହଡପ କରିଛନ୍ତି। ସେ କହିଛନ୍ତି ଯେ ଏହା ସତ୍ୟ ନୁହେଁ କି ଯେ ଏହି ସବୁ ପ୍ରସଙ୍ଗରେ କଂଗ୍ରେସ ଟ୍ରାଏଲ କୋର୍ଟ ଏବଂ ହାଇକୋର୍ଟକୁ ଯାଇଥିଲା। ତା’ପରେ ସେମାନଙ୍କ ସପକ୍ଷରେ ନିଷ୍ପତ୍ତି ହୋଇନଥିଲା।

ଏହା ଏକ ଗମ୍ଭୀର ବିଷୟ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ଉପରେ ପ୍ରଶ୍ନ ଉଠିଛି ବୋଲି ବିଜେପି ମୁଖପାତ୍ର କହିଛନ୍ତି। ଏହି ମାମଲାକୁ ଶେଷ କରିବା ପାଇଁ ସୁପ୍ରିମକୋର୍ଟରେ କଂଗ୍ରେସ କହିଥିଲା। ସୁପ୍ରିମକୋର୍ଟ କହିଥିଲେ ଯେ ଏହି ମାମଲାକୁ ଖାରଜ କରାଯାଇପାରିବ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ମାମଲା କଂଗ୍ରେସ ଏବଂ ବିଜେପି ମଧ୍ୟରେ ନୁହେଁ, କୋର୍ଟଙ୍କ ନିର୍ଦ୍ଦେଶରେ ଏହି ମାମଲା ଚାଲିଛି।

ସମ୍ବିତ ପାତ୍ର କହିଛନ୍ତି ଯେ ଗାନ୍ଧୀ ପରିବାର ଭାବନ୍ତି ଯେ ଆମେ ପ୍ରଥମ ପରିବାର, ଆମକୁ କିପରି ଡକାଯାଇପାରିବ । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ନିଜକୁ ପ୍ରଧାନମନ୍ତ୍ରୀ ବୋଲି କେବେ କହିନାହାନ୍ତି, ସେ ନିଜକୁ ଜଣେ ସେବକ ବୋଲି କୁହନ୍ତି । ତେବେ ଗାନ୍ଧୀ ପରିବାର ଅନୁଭବ କରୁଛନ୍ତି ଯେ ସେମାନେ ହେଉଛନ୍ତି ଦେଶର ରାଜା।

Also Read  ପୁଲିସ କନଷ୍ଟେବଳଙ୍କ ଘରେ ୩୫ ଅଫିସର : ୬ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ

LEAVE A REPLY

Please enter your comment!
Please enter your name here