ବିଷଧର ସାପକୁ ଦେଉଥିଲେ ଚୁମା, ନାଗ ଚୋଟରେ ମାତାଲ ଯୁବକ ଗୁରୁତର

0
454
Three More Deaths Due To Snakebite In Odisha
Three More Deaths Due To Snakebite In Odisha

ନବରଙ୍ଗପୁର: ବିଷଧର ସାପକୁ ଚୁମା ଦେବା ପଡିଲା ମହଙ୍ଗା । ନିଶାଶକ୍ତ ଅବସ୍ଥାରେ ସାପକୁ ଚୁମା ଦେବାକୁ ଯାଇ ଚୋଟ ଖାଇଲେ ଯୁବକ । ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଜାମ୍ବଗୁଡା ଅଞ୍ଚଳରେ । ଗୁରୁତର ଅବସ୍ଥାରେ ଯୁବକ ଜଣଙ୍କୁ ନବରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ପାତ୍ରୀଗାଁର ମାଧବ ଗୌଡ଼ ନିଶାଶକ୍ତ ଅବସ୍ଥାରେ ଜାମ୍ବଗୁଡ଼ା ଜଙ୍ଗଲରେ ବୁଲୁଥିଲେ । ଏହି ସମୟରେ ଏକ ବିଷାକ୍ତ ସାପ ଜଙ୍ଗଲରେ ତାଙ୍କ ହାବୁଡ଼ରେ ପଡ଼ି ଯାଇଥିଲା । ନାଲି ପାଣି ନିଶାରେ ଚୂର ମାଧବ ସାପଟିକୁ ଧରି ବେକରେ ପକାଇ ରାସ୍ତା ଉପରକୁ ଚାଲି ଆସିଥିଲା । ଏହାପରେ ସେ ସାପଟି ସହ ଖେଳିବା ଆରମ୍ଭ କରିଦେବା ସହ କାରନାମା ଦେଖାଇବା ଆରମ୍ଭ କରିଦେଇଥିଲା । ଏପରିକି ସାପକୁ ଚୁମା ଦେବାକୁ ଉଦ୍ୟମ କରିଥିଲା । ଏହି ସମୟରେ ସାପଟି ମାଧବ ଓଠ ଓ ହାତକୁ ଚୋଟ ମାରିଥିଲା । ଚୋଟ ଖାଇ ମାଧବ ଓଠରୁ ରକ୍ତ ବାହାରୁ ଥିଲେ ବି ନିଶାରେ ଏମିତି ମାତାଲ ଥିଲା ଯେ ସାପକୁ ଛାଡିବାର ନାଁ ଧରୁନଥିଲା ।

ଲୋକଙ୍କ ଭିଡ଼ ମଧ୍ୟରୁ ଜଣେ ସାପକୁ ଛାଡିଦେଲେ ୫୦ ଟଙ୍କା ଦେବି କହିବାରୁ ସାପକୁ ଛାଡିଥିଲା ମାଧବ । ଏହାପରେ ମଧ୍ୟ ଜଙ୍ଗଲ ମୁହାଁ ସାପକୁ ଗୋଡ଼ରେ ଚକୁଡିବାକୁ ଚେଷ୍ଟା କରୁଥିଲା। ଏହାପରେ ସାପ ଚୋଟରେ ଆଘାତ ମାଧବ ତଳେ ପଡିଯାଇଥିଲେ, ଉପସ୍ଥିତ ଦେଖଣାହାରୀମାନେ ୧୦୮ ଆମ୍ବୁଲାନ୍ସକୁ ଡକାଇ ଗୁରୁତର ମାଧବକୁ ପ୍ରଥମେ ପାପଡାହାଣ୍ଡି ମେଡ଼ିକାଲ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି ।

Also Read  Value additions to raw materials need of the hour, says PM Modi at Utkarsh Odisha