ଆଜି ପବିତ୍ର ଘୋଷଯାତ୍ରା, ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ହେଉଛି ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନ

0
151
today sandhya-darshan-at-adapa-mandap in puri

ପୁରୀ: ଆଜି ବିଶ୍ୱ ପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା। ବଡ଼ଦାଣ୍ଡରେ ଦୁଇବର୍ଷ ପରେ ପୁଣିଥରେ ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନ । ଘୋଷଯାତ୍ରାରେ ପୁଣି ବଡ଼ଦାଣ୍ଡରେ ଜୟ ଜଗନ୍ନାଥ, ହରିବୋଲ, ହୁଳହୁଳିରେ ପୂରିଉଠିଛି ସାରା ପରିବେଶ। ରତ୍ନ ସିଂହାସନରୁ ଦର୍ଶନ ଦେଉଥିବା ମହାପ୍ରଭୁ ରଥ ଉପରୁ ଦର୍ଶନ ଦେଉଛନ୍ତି।

ପାଖରୁ ଦର୍ଶନ କରି କାଳିଆ ସାଆନ୍ତଙ୍କ ସ୍ପର୍ଶ ଲଭିବେ ଲକ୍ଷ ଲକ୍ଷ ଭକ୍ତ। ଏଥିପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ବଡ଼ଦାଣ୍ଡ ଜନସମୁଦ୍ର ପାଲଟିଛି।

ଭୋର ୩ଟାରେ ମଙ୍ଗଳ ଆଳତି ଓ ସାଢେ ୩ଟାରେ ମଇଲମ ନୀତି ଶେଷ ହୋଇଛି। ଏହା ସହିତ ରଥ ପ୍ରତିଷ୍ଠା କାର୍ୟ୍ୟ ମଧ୍ୟ ଶେଷ ହୋଇଯାଇଛି। ସକାଳ ସାଢ଼େ ୯ଟାରେ ପହଣ୍ଡି ଆରମ୍ଭ ହେବାକୁ ଥିବା ବେଳେ ନୀତିକାନ୍ତି ୩ ଘଣ୍ଟା ଆଗୁଆ ଚାଲିଥିବାରୁ ପ୍ରାୟ ସାଢ଼େ ୬ଟାରୁ ଆରମ୍ଭ ହୋଇଯାଇଛି ପହଣ୍ଡି। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ପହଣ୍ଡି ହୋଇଛି। ଗୋଟି ପହଣ୍ଡିରେ ଆସି ଶ୍ରୀ ସୁଦର୍ଶନ ରଥାରୂଢ଼ ହୋଇଛନ୍ତି। ତାଙ୍କ ପରେ ପରେ ଚାଲିଛି ପ୍ରଭୁ ଶ୍ରୀ ବଳଭଦ୍ର, ମା ସୁଭଦ୍ରା ଏବଂ ଶେଷରେ ପ୍ରଭୁ ଜଗନ୍ନାଥ ରଥାରୂଢ ହୋଇଛନ୍ତି ।

Homeରାଜ୍ୟ
ଆଜି ପବିତ୍ର ଘୋଷଯାତ୍ରା, ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ପୁଣିଥରେ ହେବ ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନ
ରାଜ୍ୟ
By WCW 4 On Jul 1, 2022 28
knews
ପୁରୀ(କେନ୍ୟୁଜ୍) : ଆଜି ପବିତ୍ର ଘୋଷଯାତ୍ରା। ବଡ଼ଦାଣ୍ଡରେ ଦୁଇବର୍ଷ ପରେ ପୁଣିଥରେ ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନ । ଘୋଷଯାତ୍ରାରେ ପୁଣି ବଡ଼ଦାଣ୍ଡରେ ଜୟ ଜଗନ୍ନାଥ, ହରିବୋଲ, ହୁଳହୁଳିରେ ପୂରିଉଠିଛି ସାରା ପରିବେଶ। ରତ୍ନ ସିଂହାସନରୁ ଦର୍ଶନ ଦେଉଥିବା ମହାପ୍ରଭୁ ରଥ ଉପରୁ ଦର୍ଶନ ଦେବେ। ଏଥିପାଇଁ ଉଭୟ ରଥ-ପଥ ପ୍ରସ୍ତୁତ ହୋଇସାରିଛି।

ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ପୂର୍ବରୁ ଗୁରୁବାର ଦିନ ରଥ ଆଜ୍ଞାମାଳ ବିଜେ ପରେ ତିନି ରଥ ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ବଜ ସିଂହଦ୍ବାର ଚକଡ଼ାକୁ ବିଜେ କରିଛନ୍ତି। ରଥଯାତ୍ରା ପାଇଁ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି।

ସକାଳୁ ମଙ୍ଗଳ ଆଳତି ସହ ଅନ୍ୟାନ୍ୟ ନୀତି ବଢ଼ିବା ପରେ ସାଢ଼େ ୯ଟାରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ‌ହେବା କଥା । ହେଲେ ସମୟ ପୂର୍ବରୁ ଆରମ୍ଭ ହୋଇସାରିଛି ପହଣ୍ଡି। ତିନିରଥରେ ଶ୍ରୀଜିଉଙ୍କ ରୁନ୍ଧା ସହ ଚାରମାଳ ଫିଟା ପରେ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ। ସେପଟେ ଦୁଇବର୍ଷ ଧରି ଭକ୍ତଙ୍କ ରଥଯାତ୍ରା ଦର୍ଶନରୁ ବଞ୍ଚିତ ଥିବାରୁ ଚଳିତବର୍ଷ ୧୫ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବା ପ୍ରାଥମିକ ଆକଳନ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ୧୮୦ ପ୍ଲାଟୁନ ଫୋର୍ସ, ୧ହଜାର ପୋଲିସ ଅଧିକାରୀ ମୁତୟନ କରାଯାଇଛି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ସୁବ୍ଯବସ୍ଥା କରାଯାଇଛି।

Also Read  Govt launches nationwide Swachh Shakti Saptah to underline women’s role in Swachh Bharat Mission

LEAVE A REPLY

Please enter your comment!
Please enter your name here