ନୂଆ ଗ୍ୟାସ୍ ସଂଯୋଗ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

0
154
ujjala-benificiries-will-get-200-subsidy-on-each-gas-cylinder

ନୂଆଦିଲ୍ଲୀ: ଦିନକୁ ଦିନ ବିଭିନ୍ନ ସାମଗ୍ରୀର ଦର ବଢ଼ି ଚାଲିଛି । ଗତ କିଛିମାସ ମଧ୍ୟରେ ରୋଷେଇ ଘରେ ବ୍ୟବହୃତ ବିଭିନ୍ନ ଜିନିଷର ଦର ବଢ଼ିଥିବା ବେଳେ ଏବେ ନୂଆ ଘରୋଇ ଗ୍ୟାସ୍ ସଂଯୋଗ ନେବା ମଧ୍ୟ ମହଙ୍ଗା ହୋଇଛି । ଆସନ୍ତାକାଲି ଜୁନ୍ ୧୬ ତାରିଖରୁ ତୈଳ କମ୍ପାନୀ ଗ୍ୟାସ୍ ସଂଯୋଗ କ୍ଷେତ୍ରରେ ବର୍ଦ୍ଧିତ ଦର ଲାଗୁ କରିବେ ।

ରିପୋର୍ଟ ଅନୁସାରେ, ୧୪.୨ କେଜି ସିଲିଣ୍ଡର ସିକ୍ୟୁରିଟି ୭୫୦ ଟଙ୍କା ବୃଦ୍ଧି ପାଇଛି । ସେହିଭଳି ୫ କେଜି ସିଲିଣ୍ଡର ସଂଯୋଗ ପାଇଁ ସିକ୍ୟୁରିଟି ଜମା ୩୫୦ ଟଙ୍କା ବୃଦ୍ଧି ପାଇଛି । ସିଲିଣ୍ଡର ସହ ମିଳୁଥିବା ଗ୍ୟାସ୍ ରେଗୁଲେଟର ଦର ମଧ୍ୟ ୧୦୦ ଟଙ୍କା ବଢ଼ିଛି । ଯଦି ଉଜ୍ଜ୍ୱଳା ହିତାଧିକାରୀ ଦ୍ୱିତୀୟ ସିଲିଣ୍ଡର ନେବେ ତାଙ୍କୁ ମଧ୍ୟ ବର୍ଦ୍ଧିତ ଦର ଦେବାକୁ ପଡ଼ିବ ।

ଏବେ ନୂଆ ଘରୋଇ ଗ୍ୟାସ୍ ସଂଯୋଗ ନେଲେ ୨୨୦୦ ଟଙ୍କା ଦେବାକୁ ପଡ଼ିବ । ପୂର୍ବରୁ ୧୪୫୦ ଟଙ୍କା ଦେବାକୁ ପଡ଼ୁଥିଲା । ଏବେ ସିକ୍ୟୁରିଟି ଜମା ପାଇଁ ଅଧିକ ୭୫୦ ଟଙ୍କା, ରେଗୁଲେଟର ପାଇଁ ୨୫୦ ଟଙ୍କା, ପାସବୁକ୍ ପାଇଁ ୨୫ ଓ ପାଇପ୍ ପାଇଁ ୧୫୦ ଟଙ୍କା ଅଲଗା ଦେବାକୁ ପଡ଼ିବ । ଏଭଳି ଭାବେ ନୂଆ ଗ୍ୟାସ୍ ସଂଯୋଗ ନେଉଥିଲେ ଗ୍ରାହକଙ୍କୁ ମୋଟ ୩୬୯୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଯଦି କେହି ଦୁଇଟି ସିଲିଣ୍ଡର ନେବେ ତ ସିକ୍ୟୁରିଟି ଜମା ଭାବେ ୪୪୦୦ ଟଙ୍କା ଦେବାକୁ ପଡ଼ିବ ।

ସେହିଭଳି ୫ କେଜି ସିଲିଣ୍ଡର ପାଇଁ ଏବେ ୮୦୦ ଟଙ୍କା ପରିବର୍ତ୍ତେ ଦେବାକୁ ପଡ଼ିବ ୧୧୫୦ ଟଙ୍କା । ମହାମାରୀ କରୋନା ପରେ ବିଭିନ୍ନ ସାମଗ୍ରୀର ଦରଦାମ ବଢ଼ିଥିବା ବେଳେ ୧୪ କେଜି ସିଲିଣ୍ଡର ଦର ହଜାରେ ଟଙ୍କା ପାର୍ କରିଛି । ମଧ୍ୟବିତ୍ତଙ୍କ ଲାଗି ଘର ଚଳାଇବା ମୁସ୍କିଲ୍ ହୋଇ ପଡ଼ିଥିବା ବେଳେ ପୁଣି ଦର ବଢ଼ିଛି ।

Also Read  ଚାରି ଧାମ ପ୍ରକଳ୍ପକୁ ସୁପ୍ରିମକୋର୍ଟଙ୍କ ଗ୍ରୀନ ସିଗ୍ନାଲ : ସଡ଼କ ପ୍ରଶସ୍ତିକରଣ ପାଇଁ ଅନୁମତି

LEAVE A REPLY

Please enter your comment!
Please enter your name here