ପାଣିପାଗ ବିଜ୍ଞାନୀଙ୍କ ପୂର୍ବାନୁମାନ : ଚଳିତ ବର୍ଷ ଗରମ ହେବ କି ନାହିଁ ? ପଢ଼ନ୍ତୁ …

0
958

ଭୁବନେଶ୍ବର: ଚଳିତ ମାର୍ଚ୍ଚ ମାସରେ ବର୍ଷା ହୋଇପାରେ। ଏପ୍ରିଲ ଓ ମେ’ ମା‌ସରେ ମଧ୍ୟ ଗତବର୍ଷ ଭଳି ଗରମ ହେବ ନାହିଁ। ଅର୍ଥାତ ସୂର୍ଯ୍ୟକିରଣର ପ୍ରଭାବ ସେତେ ବେଶୀ ରହିବ ନାହିଁ। ଏଭଳି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଜ୍ଞାନୀ ।

ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁସାରେ ଚଳିତ ବର୍ଷ ଗରମ କମ ହେବ। ଭାରତୀୟ ପାଣିପାଗ ବିଭାଗର ଦୀର୍ଘକାଳୀନ ପୂର୍ବାନୁମାନ ଅନୁସାରେ ପ୍ରଶାନ୍ତମହାସାଗରର ଜଳବାୟୁ ପ୍ରକ୍ରିୟା ଲା-ନିନାର ପ୍ରଭାବରେ ମାର୍ଚ୍ଚରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସ୍ୱାଭାବିକ ଠାରୁ ଟିକେ ଅଧିକ ତାପମାତ୍ରା ରହିପାରେ। କିନ୍ତୁ ଏପ୍ରିଲ ଓ ମେ’ ମାସରେ ଗରମ କମ ରହିବ, ମାର୍ଚ୍ଚରେ ବର୍ଷାର ସମ୍ଭାବନା ରହିଛି । ଏପ୍ରିଲ ଓ ମେ’ ମାସରେ ଦିନର ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇବ ନାହିଁ। ଦିନ ବେଳା ମଧ୍ୟ ତାପମାତ୍ରା ସ୍ୱାଭାବିକ ଠାରୁ କମ ରହିବ। ଗ୍ରୀଷ୍ମ ଋତୁ ଅର୍ଥାତ ମାର୍ଚ୍ଚ ମାସଠାରୁ ମେ’ ମାସ ଯାଏଁ ତାତି ଅଧିକ ରହିବ ନାହିଁ।

ସୂଚନାଯୋଗ୍ୟ ଚଳିତ ବର୍ଷ ଜାନୁଆରି ମାସରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା। ବର୍ଷା ଯୋଗୁଁ ଚାଷୀମାନେ ପ୍ରଭାବିତ ହୋଇଥିଲେ। ସେହିପରି ଫେବ୍ରୁଆରି ପ୍ରଥମ ସପ୍ତାରେ କିଛି ସ୍ଥାନରେ ବର୍ଷା ହୋଇଥିଲା।

Also Read  Odisha to experience intense heat from today