ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି : ସୋମବାର ପର୍ଯ୍ୟନ୍ତ ତଦନ୍ତ ବନ୍ଦ ରଖିବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ

0
606
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଞ୍ଜାବ ଗସ୍ତ ସମ୍ବନ୍ଧୀୟ ସମସ୍ତ ଯାତ୍ରା ରେକର୍ଡକୁ ସୁରକ୍ଷିତ ରଖିବା ପାଇଁ ଆଜି ସୁପ୍ରିମ୍‌ କୋର୍ଟ ଆଦେଶ ଦେଇଛନ୍ତି। ନିରାପତ୍ତା ବ୍ୟବସ୍ଥାରେ ତ୍ରୁଟି ଉପୁଜିବାରୁ ନିର୍ଦ୍ଧାରିତ ସେଦିନ କାର୍ଯ୍ୟକ୍ରମରେ ଯୋଗ ନ ଦେଇ ପ୍ରଧାମନ୍ତ୍ରୀ ବିମାନ ବନ୍ଦରକୁ ଫେରି ଆସିଥିଲେ।

ସୁରକ୍ଷାଗତ ତ୍ରୁଟିର ତଦନ୍ତ ଅଦାଲତଙ୍କ ତତ୍ତ୍ବାବଧାନରେ କରାଯିବାକୁ ଆଗତ ନିବେଦନର ଶୁଣାଣି କରି ସୁପ୍ରିମ୍‌ କୋର୍ଟ ଉପରୋକ୍ତ ଆଦେଶ ଦେଇଛନ୍ତି। ବୁଧବାର ଦିନ ପ୍ରଧାମନ୍ତ୍ରୀଙ୍କ ପଞ୍ଜାବ ରାଜ୍ୟ ଗସ୍ତ ସମ୍ବନ୍ଧୀୟ ସମସ୍ତ ରେକର୍ଡ ଏବଂ ସାମଗ୍ରୀ ଆଦିକୁ ତୁରନ୍ତ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ରେଜିଷ୍ଟ୍ରାର୍‌-ଜେନେରାଲ୍‌ଙ୍କ ଜିମାରେ ଦେବାକୁ ସୁପ୍ରିମ୍‌ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ରେକର୍ଡର ସୁରକ୍ଷା ଭାର ଦିଆଯାଇଥିବା ରେଜିଷ୍ଟ୍ରାର୍‌ ଜେନେରାଲ୍‌ଙ୍କୁ ମଧ୍ୟ ଆବଶ୍ୟକ ସହଯୋଗ ଯୋଗାଇ ଦେବା ଲାଗି ଅଦାଲତ ପଞ୍ଜାବ ପୁଲିସ, ସ୍ପେସାଲ୍‌ ପ୍ରୋଟେକ୍ସନ୍‌ ଗ୍ରୁପ୍‌, ଏବଂ ଅନ୍ୟ କେନ୍ଦ୍ରୀୟ ଏବଂ ରାଜ୍ୟ ଏଜେନ୍‌ସିମାନଙ୍କୁ ନିର୍ଦେଶ ଦେଇଛନ୍ତି।

ସୁପ୍ରିମ୍‌ କୋର୍ଟ କହିଛନ୍ତି, ଚଣ୍ଡୀଗଡ଼ ଡି.ଜି.ପି. ଏବଂ ଏନ୍‌.ଆଇ.ଏ.ର ଜଣେ ଅଧିକାରୀ ରେଜିଷ୍ଟ୍ରାର୍‌ ଜେନେରାଲ୍‌ଙ୍କୁ ସହଯୋଗ କରିବା ପାଇଁ ନୋଡାଲ୍‌ ଅଫିସର୍‌ ଭାବେ କାର୍ଯ୍ୟ କରିବେ।  ଘଟଣାର ତଦନ୍ତ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଗଠନ କରିଥିବା କମିଟି ସୋମବାର (ଜାନୁଆରି ୧୦) ପର୍ଯ୍ୟନ୍ତ ତଦନ୍ତ ବନ୍ଦ ରଖିବେ। ସେଦିନ ‘ଲୟର୍ସ ଭଏସ୍‌’ ଫାଇଲ୍‌ କରିଥିବା ଜନସ୍ବାର୍ଥ ମାମଲାର ଶୁଣାଣି କରାଯିବ।

Also Read  ବେଲଗାମ ତେଲ ଦର : ଆଜି ପୁଣି ଥରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର