ସେପ୍ଟେମ୍ବର ୦୧
ପିଲାମାନେ ବାପାର ବାହାଘର କରାଇ ଦେଲେନାହିଁ I ୫୫ ବର୍ଷୀୟ ବାପା ସଫି ଅହମଦ ପଞ୍ଚମ ଥର ପାଇଁ ବିବାହ କରୁଥିଲେ I ଖବର ପାଇ ଅହମଦ ଙ୍କ ସାତଜଣ ପିଲା ଏବଂ ଅହମଦଙ୍କ ସ୍ତ୍ରୀ ମାନେ ପହଂଚିଗଲେ ବିବାହ ସ୍ଥଳରେ I ପିଲାମାନେ ବାପାଙ୍କ ବାହାଘରକୁ ବିରୋଧକରି ହଂଗାମା କଲେ I ସେମାନଙ୍କର ଅଭିଯୋଗ ଥିଲା-ବାପା ତାଙ୍କୁ ଅବହେଳା କରୁଛନ୍ତି I
ଯେତେବେଳେ ସେମାନେ ବାହାଘରକୁ ଜୋରଜବରଦସ୍ତ ବନ୍ଦ କରିବାକୁ ବସିଲେ, ସେତେବେଳେ ଝିଅ ଘରପକ୍ଷରୁ ତାଙ୍କୁ ବିରୋଧ କରାଗଲା I ଯୁକ୍ତିତର୍କ ଆରମ୍ଭ ହେଲା ଏବଂ ପରେ ଏହା ମୁଷ୍ଟିଯୁଦ୍ଧରେ ପରିଣତ ହେଲା I ଏହି ଘଟଣା ଦେଖିବା ପାଇଁ ସେଠାରେ ଖୁବ ଭିଡ ଜମିବାରେ ଲାଗିଲା I ଅନେକ ବରଯାତ୍ରୀ ଲଜ୍ଜାରେ ଘଟଣା ସ୍ଥଳରୁ ପଳାଇଲେ I
ଉତ୍ତର ପ୍ରଦେଶ ର କୋଟୱାଲି ପୋଲିସ ଷ୍ଟେସନ ଅଭିଯୁକ୍ତକୁ ଗିରଫ କରିଛନ୍ତି I
ପିଲାମାନେ କହିଛନ୍ତି ଯେ ସେମାନଙ୍କ ପିତା ସେମାନଙ୍କୁ ମାସିକ ଖର୍ଚ୍ଚ ପାଇଁ ଟଙ୍କା ଦେବା ବନ୍ଦ କରିଦେଇଥିଲେ ଏବଂ ଯେତେବେଳେ ସେମାନେ ତାଙ୍କର ପଞ୍ଚମ ବିବାହ ବିଷୟରେ ଜାଣିଲେ, ସେମାନେ ପଦକ୍ଷେପ ନେବାକୁ ସ୍ଥିର କଲେ।