ବିଳମ୍ବିତ ରାତିରେ ବ୍ୟବସାୟୀଙ୍କୁ ବିଭତ୍ସ ହତ୍ୟା : ମାରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ

0
291
ବିଳମ୍ବିତ ରାତିରେ ବ୍ୟବସାୟୀଙ୍କୁ ବିଭତ୍ସ ହତ୍ୟା
ବିଳମ୍ବିତ ରାତିରେ ବ୍ୟବସାୟୀଙ୍କୁ ବିଭତ୍ସ ହତ୍ୟା

ବାଲେଶ୍ୱର: ସହର ଶୋଉଛି ହେଲେ ଅପରାଧ ଥମୁନି । ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଞ୍ଚଳରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଗୋଲାପଲ ନିକଟରୁ ମିଳିଛି ମାଛ ବ୍ୟବସାୟୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ । ଏକାଧିକବାର ଛୁରିରେ ଆକ୍ରମଣ କରି ଯୁବକଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ ।

ହତ୍ୟା ପରେ ରକ୍ତ ଜୁଡୁବୁଡ଼ୁ ମୃତଦେହକୁ ରାସ୍ତାରେ ଫିଙ୍ଗି ଦୁର୍ବୃତ୍ତ ଫେରାର୍ ହୋଇ ଯାଇଛନ୍ତି । ମୃତକ ଜଣଙ୍କ ଗୋଲାପଲ ଅଞ୍ଚଳର ରବି ସିଂ ବୋଲି ସୂଚନା ଦେଇଛି ପୋଲିସ । ଘଟଣାସ୍ଥଳରେ କ୍ରାଇମ୍ ଡିଏସପିଙ୍କ ସହ ପୋଲିସ ଟିମ୍ ପହଞ୍ଚି ତଦନ୍ତ କରୁଛି । ପୂର୍ବ ଶତ୍ରୁତାକୁ ନେଇ ହତ୍ୟା ସନ୍ଦେହରେ ପୋଲିସ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

Also Read  Seashore chit fund scandal: Orissa HC grants interim protection from arrest to allegedly accused Balasore MP Rabindra Jena

LEAVE A REPLY

Please enter your comment!
Please enter your name here