ବୁଧବାର ହେବ ଆରୟନ ଖାନଙ୍କ ଜାମିନ ଆବେଦନ ଶୁଣାଣି

0
444
Shah Rukh's Son Aryan Khan gets bail with 2 others

ଜବାବ ଦାଖଲ କରିବାକୁ ଏନ୍‌ସିବିକୁ ନିର୍ଦ୍ଦେଶ

ମୁମ୍ବାଇ, ୧୧ା୧୦ : ଆସନ୍ତା ବୁଧବାର ଅର୍ଥାତ ୧୩ ତାରିଖରେ ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କ ଜାମିନ ଆବେଦନ ଶୁଣାଣି ହେବ । ବୁଧବାର ସୁଦ୍ଧା ଜବାବ ଦାଖଲ କରିବାକୁ ମଧ୍ୟ ବିଚାରପତି ଭିଭି ପାଟିଲ ଏନ୍‌ସିବିକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ‘ଏନ୍‌ଡିପିଏସ୍‌’ ଅଦାଲତରେ ଆର୍‌ୟନ୍‌ଙ୍କ ଓକିଲ ନୂଆ ଜାମିନ ଆବେଦନ ଦାଖଲ କରିବା ପରେ ଶୁଣାଣି ଆରମ୍ଭ ହୋଇଥିଲା। ଜାମିନ ଆବେଦନର ଉତ୍ତର ଦାଖଲ କରିବାକୁ ନୋଟିସ୍‌ ଦିଆଯିବା ପରେ ‘ଏନ୍‌ସିବି’ର କାଉନ୍‌ସେଲ୍‌ କହିଲେ ଯେ, ଗୁଡ଼ାଏ ଜାମିନ ଆବେଦନ ପଡ଼ି ରହିଥିବାରୁ ଏହାର ଜବାବ ଦାଖଲ କରିବାକୁ ସପ୍ତାହେ ସମୟ ଲାଗିବ। ଦଶହରା ପୂର୍ବରୁ ସେମାନେ ମାତ୍ର ଗୋଟିଏ ଜାମିନ ଆବେଦନର ଜବାବ ଦାଖଲ କରିପାରିବେ। ଆର୍‌ୟନ୍‌ ଖାନ୍‌ଙ୍କ ତରଫରୁ ହାଜର ହୋଇ ଓକିଲ ଅମିତ ଦେଶାଇ କହିଲେ, ସପ୍ତାହେ ହେବ ବ୍ୟକ୍ତିଜଣକ ଜେଲ୍‌ରେ ଅଛନ୍ତି। ଜାମିନ ଶୁଣାଣି ତଦନ୍ତ ଉପରେ ନିର୍ଭର କରେନାହିଁ। ମୁଁ ଜାମିନ ପାଇଁ ଯୁକ୍ତି ବାଢୁନାହିଁ, ଖାଲି ତାରିଖ ପାଇଁ ଯୁକ୍ତି କରୁଛି। ଏହାଛଡ଼ା, ପ୍ରଶାସନିକ କାରଣରୁ କୌଣସି ଲୋକର ସ୍ୱାଧୀନତା ଉପରେ ଆଞ୍ଚ୍‌ ଅଣାଯାଇ ପାରିବ ନାହିଁ।

bail e1633950126991

ତେଣୁ, ଆଜି ଅପରାହ୍ଣ କିଂବା ଅତିବେଶୀରେ ଆସନ୍ତାକାଲି ଶୁଣାଣି କରିବା ଲାଗି ସେ ଅଦାଲତଙ୍କୁ ନିବେଦନ କରିଥିଲେ। ସେ ଅଦାଲତଙ୍କୁ ଆହୁରି ମଧ୍ୟ କହିଲେ, ସେମାନଙ୍କ ତଦନ୍ତ ଚାଲୁଥାଉ। ଯାହା ଜଣାପଡୁଛି ପିଲାଟିକୁ (ଆର୍‌ୟନ୍‌) ଅତି ବେଶୀରେ ବର୍ଷକ ପାଇଁ ଦଣ୍ଡବିଧାନ କରାଯାଇ ପାରେ। ତାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ କି, ତାଙ୍କ ଠାରୁ କୌଣିସ ସାମଗ୍ରୀ ମିଳିନାହିଁ । ଏହାର ପ୍ରତ୍ୟୁତ୍ତର ଦେଇ ସ୍ପେସାଲ୍‌ ପବ୍ଲିକ୍‌ ପ୍ରୋସିକ୍ୟୁଟର୍‌’ ସେଠ୍‌ନା କହିଲେ, ଦେଶାଇ ତାଙ୍କ ମୁଦଲା ପାଇଁ ମାମଲା ରୁଜୁ କରିଥିବାରୁ ଆମେ କେବଳ ତାଙ୍କରି ପାଇଁ ଜବାବ ଦାଖଲ କରିବୁ। ଅନ୍ୟ ସମସ୍ତଙ୍କ ପାଇଁ ଜବାବ ଦାଖଲ କରିବାକୁ ସମର୍ଥ ହେବୁନାହିଁ।

Also Read  ପୌର ନିର୍ବାଚନ ପ୍ରସ୍ତୁତି ଜୋରଦାର : ୧୦ରେ ପ୍ରାଥମିକ ଭୋଟର ତାଲିକା

LEAVE A REPLY

Please enter your comment!
Please enter your name here