ବ୍ରହ୍ମପୁର ରେ ବରିଷ୍ଠ ଆଇନଜୀବୀଙ୍କୁ ଗୁଳିକରି ହତ୍ୟା

0
706
Senior Lawyer And BJP Leader Shot Dead In Berhampur, Odisha
Senior Lawyer And BJP Leader Shot Dead In Berhampur, Odisha

ଭୁବନେଶ୍ୱର/ଅକ୍ଟୋବର ୭
ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ବିଜେପିର ଜଣେ ବରିଷ୍ଠ କର୍ମକର୍ତ୍ତା ପୀତବାସ ପଣ୍ଡାଙ୍କୁ ଗତ କଲି ରାତିରେ ତାଙ୍କ ଘର ଠାରୁ ମାତ୍ର ଅଳ୍ପ ଦୂରରେ କେହି ଦୁର୍ବୃତ ଗୁଳିକରି ହତ୍ୟା କରିଛନ୍ତି I ଏହି ହତ୍ୟାକାଣ୍ଡ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବ୍ରହ୍ମାନଗର ଠାରେ ଘଟିଛି I ଘଟଣାରୁ ପ୍ରକାଶ ଯେ’ ରାତି ପ୍ରାୟ ୧୦ଟା ସମୟରେ, ୨ ଜଣ ଦୁର୍ବୃତ ଗୋଟିଏ ବାଇକରେ ଆସି ଅତି ପାଖରୁ ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ I ଗୁଳିମାଡରେ ପୀତବାସ ସେହିଠାରେ ହିଁ ଟଳି ପଡ଼ିଥିଲେ I ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଏମ୍‌କେସିଜିରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ବ୍ରହ୍ମପୁର ପୁଲିସ ଘଟଣାର ତଦନ୍ତ କରୁଛନ୍ତି I ତେବେ କିଏ ଓ କାହିଁକି ତାଙ୍କୁ ଗୁଳି କଲା, ସେ ସମ୍ପର୍କରେ ଏ ପର୍ଯ୍ୟନ୍ତ କିଛିବି ଜଣାପଡିନାହିଁ I
ଏହି ହତ୍ୟା ଘଟଣାରେ ଦୁଃଖ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ’ ଖୁବ ଶୀଘ୍ର ଦୋଷୀକୁ ଖୋଜି ବାହାର କରାଯିବ ଏବଂ ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ I ଏହି ଅବସରରେ ସେ ସ୍ବର୍ଗତ ପଣ୍ଡାଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

Also Read  ଚଳିତ ବର୍ଷ ଗୁଗଲ୍‌ରେ ଭାରତୀୟମାନେ କ’ଣ ସବୁ ‘ସର୍ଚ’ କରୁଥିଲେ ଜାଣନ୍ତୁ ...?