ଭିଜିଲାନ୍ସ ଜାଲରେ ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ

0
398
ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍‌
ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍‌

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଜିଲ୍ଲାର ରଣପୁର ଆରଡି ଡିଭିଜନ ସହକାରୀ ଯନ୍ତ୍ରୀ ଋଷିନାଥ ବରାଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ନୟାଗଡ଼, ଖୋର୍ଦ୍ଧା ଏବଂ ଢେଙ୍କାନାଳ ଜିଲ୍ଲାର ୪ ଟି ସ୍ଥାନରେ ୪ଟି ଟିମ୍ ଏକକାଳୀନ ଭିଜିଲାନ୍ସ ହେଉଛି। ୪ ଜଣ ଡିଏସପି, ୮ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଚଢ଼ାଉ ଜାରି ରହଛି।

ମିଳିଥିବା ସୂଚନା ଅନୁସାରେ ଋଷିନାଥଙ୍କ ନାଁରେ ଗୋଟିଏ ପ୍ଲଟ୍, ଗୋଟିଏ ଚାରିଚକିଆ, ଗୋଟିଏ ବାଇକ୍ ଓ ୧ ଲକ୍ଷ ୩୦ ହଜାର ନଗଦ ଟଙ୍କା ଜବତ ହୋଇଛି । ତାଙ୍କ ପାଖରେ ଆହୁରି ସ୍ଥାବର ଅସ୍ଥାବର ସମ୍ପତ୍ତି ଠାକ ହୋଇଛି । ଯାହାର ମୂଲ୍ୟ ଆକଳନ କରୁଛନ୍ତି ଭିଜିଲାନ୍ସ ଅଧିକାରୀ ।

Also Read  ତାଇୱାନ୍‌ର ମୁଖ୍ୟ ଦ୍ବୀପରେ ଆକ୍ରମଣର ଛଳନା କରୁଛି ଚୀନ୍‌: ତାଇୱାନ୍‌ ସେନା

LEAVE A REPLY

Please enter your comment!
Please enter your name here