ଭୂମିକମ୍ପରେ ଥରିଲା ଉତ୍ତରାଖଣ୍ଡ

0
731

ଡେରାଡୁନ୍‌: ଭୂମିକମ୍ପରେ ଥରିଲା ଉତ୍ତରାଖଣ୍ଡ । ଆଜି ସକାଳେ ପିଥୌରାଗଡ଼ ଜିଲ୍ଳାରେ ଭୂମିକମ୍ପ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୬ ରେକର୍ଡ ହୋଇଥିବା ବେଳେ ଏଥିରେ କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି । ତେବେ ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳ ସୀମାର ଆଖପାଖ ଆଞ୍ଚଳରେ ବୋଲି କୁହାଯାଉଛି । ପୂର୍ବରୁ ଏଠାରେ ଫେବ୍ରୁଆରୀ ୧୨ ତାରିଖରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ସେତେ ବେଳେ ରିକ୍ଟର ସ୍କେଲରେ ତୀବ୍ରତା ୪.୧ ରହିଥିଲା ।

Also Read  ରାଜଧାନୀ ଦିଲ୍ଲୀର ଏକ ୩ ମହଲା କୋଠାରେ ଭୟାବହ ଅଗ୍ନିକାଣ୍ଡ; ୨୦ ଜୀବନ୍ତ ଦଗ୍ଧ, ଉଦ୍ଧାର କାର୍ଯ୍ୟ ଜାରି