ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା

0
502
ଖସିଲା ଦୈନିକ ସଂକ୍ରମଣ
ଖସିଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ସମସ୍ତ ମୃତକ ମହିଳା ବୋଲି ଜଣାଯାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। କରୋନାରେ ପ୍ରାଣ ହରାଇଥିବା ଆଉ ୫ ଜଣ ଲୋକଙ୍କ ସଂପର୍କରେ ସୂଚନା ଦେଇଛନ୍ତି ସରକାର।

ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି ପାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ୫ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା, ସୁନ୍ଦରଗଡ଼, ବାଲେଶ୍ବର, କେନ୍ଦୁଝର ଓ କଟକ ଜିଲ୍ଲାରୁ ଜଣେ ଲେଖାଏଁ ମୃତକ ରହିଛନ୍ତି। ଏମାନେ ସମସ୍ତେ ମହିଳା ବୋଲି ଜଣାଯାଇଛି। ଖୋର୍ଦ୍ଧା ଜିଲ୍ଲାର ମୃତକଜଣକ ଭୁବନେଶ୍ବରର ୪୫ ବର୍ଷୀୟା ମହିଳା । ଠିକ୍ ସେହିପରି ବାଲେଶ୍ବରର ଜଣେ ୫୭ ବର୍ଷୀୟା ମହିଳା ପ୍ରାଣ ହରାଇଥିବା ବେଳେ କେନ୍ଦୁଝରର ଜଣେ ୭୮ ବର୍ଷୀୟା ମହିଳା, ସୁନ୍ଦରଗଡ଼ ଜିଲ୍ଲାର ଜଣେ ୩୫ ବର୍ଷୀୟା ମହିଳାଙ୍କ ଜୀବନ ଯାଇଛି। ଅପରପକ୍ଷରେ କଟକର ଜଣେ ୧୩ ବର୍ଷୀୟା ନାବାଳିକା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି।

Also Read  RG Kar rape & murder accused gets life term till death