ଶେଷ ହୋଇପାରେ ମହାମାରୀ କରୋନା : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

0
792
ଓଡିଶା ରେ ୫୯ ଟି H3N2 ମାମଲା
ଓଡିଶା ରେ ୫୯ ଟି H3N2 ମାମଲା

ନୂଆଦିଲ୍ଲୀ: ଦୀର୍ଘ ୨ ବର୍ଷରୁ ଅଧିକ ଦିନ ହେଲା ମହାମାରୀ କରୋନା ସଂକ୍ରମଣ ଯୋଗୁ ଆଉଟ ପାଉଟ ହେଉଥିବା ଲୋକଙ୍କୁ ଖୁବଶୀଘ୍ର ଆଶ୍ୱସ୍ତି ମିଳିବ। କାରଣ ମହାମାରୀ କରୋନା ଏବେ ଏଣ୍ଡଗେମ ପର୍ଯ୍ୟାୟରେ ପ୍ରବେଶ କରିବା ଆରମ୍ଭ କରିଛି। ପ୍ରଥମେ ୟୁରୋପରେ ମହାମାରୀ କରୋନାର ଅନ୍ତ ହୋଇପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆକଳନ କରାଯାଇଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ୟୁରୋପ ନିର୍ଦ୍ଦେଶକ ହାନ୍ସ କ୍ଲୁଗେ କହିଛନ୍ତି ଯେ କୋଭିଡ -୧୯ର ଓମିକ୍ରନ୍ ଭାରିଏଣ୍ଟ ଯୋଗୁ ୟୁରୋପୀୟ ଦେଶ ଗୁଡ଼ିକ ଗୋଟିଏ ନୂଆ ପର୍ଯ୍ୟାୟ ମଧ୍ୟରେ ପ୍ରବେଶ କରୁଛନ୍ତି। ଏବେ ସ୍ଥିତି ଯାହା ୟୁରୋପ ମହାମାରୀର ଏଣ୍ଡଗେମ ବା ଶେଷ ପର୍ଯ୍ୟାୟ ଦିଗରେ ଗତି କରୁଛି। ଏହାର ଅର୍ଥ ୟୁରୋପରେ ଖୁବଶୀଘ୍ର ମହାମାରୀ କରୋନାର ଅନ୍ତ ଘଟିବ ପାରେ। “ମାର୍ଚ୍ଚ ସୁଦ୍ଧା ୬୦ ପ୍ରତିଶତ ୟୁରୋପବାସୀଙ୍କୁ କରୋନାର ଓମିକ୍ରନ ଭାରିଏଣ୍ଟ ସଂକ୍ରମିତ କରିପାରେ। ଥରେ ଓମିକ୍ରନର ସର୍ବୋଚ୍ଚ ଗତି ହ୍ରାସ ପାଇବା ପରେ ସଂକ୍ରମଣ କମିବା ଆରମ୍ଭ ହେବ। କିଛି ମାସ ଓ ସପ୍ତାହ ମଧ୍ୟରେ ଅଧିକାଂଶ ଲୋକଙ୍କ ଭିତରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଯିବ। ଏପରି ସ୍ଥିତି ଉଭୟ ସଂକ୍ରମଣ ଓ ଟିକାକରଣ ଯୋଗୁ ସମ୍ଭବ ହୋଇପାରିବ। ଏଥିସହ ପାଗର ମଧ୍ୟ ଭୂମିକା ରହିବ।

ଆମର ଆଶା ଏହାପରେ ମହାମାରୀ କରୋନା ବେଶ କିଛି ଦିନ ନୀରବ ରହିବ। ବର୍ଷ ଶେଷ ଭାଗରେ ଏହା ପୁଣି ଫେରିବାର ଆଶଙ୍କା ରହିଛି। କିନ୍ତୁ ମହାମାରୀ ଯେ ନିଶ୍ଚିତ ଫେରିବ, ତା’ର କୌଣସି ଗ୍ୟାରେଣ୍ଟି ମଧ୍ୟ ନାହିଁ। ତେଣୁ ଏବେ ୟୁରୋପ ମହାମାରୀର ଏଣ୍ଡଗେମ ଅଭିମୁଖେ ଯାଉଥିବା ଆମେ କହିପାରିବା।” ଆମେରିକାର ଶୀର୍ଷ ବୈଜ୍ଞାନିକ ଆନ୍ଥୋନୀ ଫଉସି ମଧ୍ୟ ରବିବାର ସମାନ ଆକଳନ କରିଥିଲେ। ସେ କହିଥିଲେ, ଚଳିତ ସପ୍ତାହରେ ମହାମାରୀ କରୋନାର ସଂକ୍ରମଣ ଦ୍ରୁତଗତିରେ ହ୍ରାସ ପାଉଛି। ଏହା ପୂରା ଦେଶ ଓ ଅଞ୍ଚଳ ପାଇଁ ଭଲ ସଙ୍କେତ। ମହାମାରୀ ତା’ର ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଥିବା ସେ ସୂଚନା ଦେଇଥିଲେ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆଫ୍ରିକାରେ କାର୍ଯ୍ୟାଳୟ ମଧ୍ୟ ଗତ ସପ୍ତାହରେ ଓମିକ୍ରନ ସଂକ୍ରମଣ ପିକ୍‌ରେ ପହଞ୍ଚିବା ପରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି ଓ ମୃତ୍ୟୁହାର ମଧ୍ୟ ହ୍ରାସ ପାଇବା ଆରମ୍ଭ କରିଛି। କରୋନାର ଓମିକ୍ରନ ଭାରିଏଣ୍ଟ ମହାମାରୀକୁ ଦୁର୍ବଳ କରିଥିବା କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା।

Also Read  Bal Vivah Mukt Bharat Campaign By Ministry of WCD From December 4