ରାଜ୍ୟସଭା ଟିକେଟରୁ ବଞ୍ଚିତ ହେବା ପରେ ପ୍ରସନ୍ନ ପାଟ୍ଟଶାଣୀଙ୍କ ପ୍ରତିକ୍ରିୟା: ମୁଁ ଆଉ ଆଶାୟୀ ନାହିଁ

0
268

ଭୁବନେଶ୍ୱର: ରାଜ୍ୟସଭା ଟିକେଟରୁ ବଞ୍ଚିତ ହେବା ପରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି, ମୁଁ ତ କେବେ କହି ନାହିଁ, ମୁଁ ରାଜ୍ୟସଭା ଯିବି ବୋଲି | ମୁଖ୍ୟମନ୍ତ୍ରୀ କହିଥିଲେ ତେଣୁ ମୁଁ ତାଙ୍କୁ ସମ୍ମାନ ଜଣାଉଛି। ରାଜ୍ୟସଭା ପାଇଁ ମୁଁ କଣ ଲାଳାୟତ ହୋଇଛି କି ? ମୋତେ ପଠାଅ ପଠାଅ ବୋଲି କହିଛି କେବେ ? ସେ ମୋର ସୁପ୍ରିମୋ ସେ କହିଥିଲେ। ଦଳର ଭଲ ପାଇଁ ଯାଇ ଲଢେଇ କରୁ।

ସେ ନିଜେ କହିଥିଲେ, ସେ କଣ ଭାବିଲେ ସେ ଭିତରେ ବା ତାଙ୍କ ଭାବନା ଭିତରକୁ ମୁଁ କେମିତି ଯିବି। କାରଣ ଆମର ଏଠି ଯେଉଁମାନେ ଭଲ କାମ କରନ୍ତି କିଛି ନିନ୍ଦୁକ ଆଉ ଇର୍ଷୁକ ସମାଲୋଚନା ଆରମ୍ଭ କରି ଦିଅନ୍ତି। ମୁଁ ଦେଖିଚି, କେତେ ଦଳରେ ଥିଲି ପରା, ହାତରେ ଥିଲି, ହାତୀରେ ଥିଲି, ଚକ୍ରରେ ଥିଲି, ଶଙ୍ଖରେ, ଆଉ କେତେ ଦଳରେ ଥାନ୍ତି, ସବୁ ଦଳକୁ ଚିହ୍ନି ଦେଇଛି। ମୁଁ ଆଉ ଆଶାୟୀ ନାହିଁ । କାହିଁକି ହେବି ଆଶାୟୀ, ଆଶା ହେଉଛି ନିରାଶାର କାରଣ।

ଆପଣଙ୍କୁ ରାଜ୍ୟସଭା ଟକେଟ ଦିଆ ନଯିବା ପଛରେ କାରଣ କଣ ବୋଲି ପ୍ରଶ୍ନରେ ପ୍ରସନ୍ନ କହିଛନ୍ତି, କହିବି କାହିଁକି? କାରଣଟା କାହିଁକି ଅକାରଣ ହେବ। ଦଳର ମୁଁ ସିନିୟର ଭାଇସ ପ୍ରେସିଡେଣ୍ଟ। ତେଣୁ ଏଇ ସମୟରେ ମୋ ସ୍ୱାର୍ଥ ପାଇଁ କାହା ବିରୁଦ୍ଧରେ କହିବାର ନାହିଁ, ମୁଁ ସେମିତି ଚାଲିଥିବି, ଯେ ପର୍ଯ୍ୟନ୍ତ ଦଳରେ ଥିବି। ଦଳ ଗଢ଼ିଛି ବୋଲି ମୋର ପ୍ରଚଣ୍ଡ ଦୁର୍ବଳତା ଅଛି। ଜଗନ୍ନାଥ ସବୁ ଦେଖୁଛନ୍ତି। ମୁଁ ଖାଲି ଏତିକି କହିବି ଯେଉଁ ଲୋକମାନେ ଯାଇଛନ୍ତି ଭଲ ଲୋକମାନଙ୍କୁ ପଠାଇଛନ୍ତି।

ଯୁବକମାନଙ୍କୁ ପ୍ରୋତ୍ସାହନ ଦେବାର ଅର୍ଥ ଦଳ କ୍ଷମତାକୁ ଆସିବ। ମୁଁ ଆଦୌ ନିରାଶ ନୁହେଁ। ମସ୍ତିସ୍କରେ ପଜିଟିଭ ଚିନ୍ତାଧାରା ରହିବା ଆବଶ୍ୟକ। ମୁଁ ପଜିଟିଭ ଚିନ୍ତା ନେଇ ଯୋଗ କରୁଛି। ୨୦୧୯ ଭୁବନେଶ୍ୱର ଲୋକସଭା ନିର୍ବାଚନ ପ୍ରସଙ୍ଗରେ ସେ କହିଛନ୍ତି, ଲୋକସଭା କଣ ହେଲା ମୋର ଭୁଲ? ଦଳ ଯାହାକୁ ଟିକେଟ ଦେଲେ ମୁଁ ସମ୍ମାନ ଜଣାଇଲି ଆଉ ସମର୍ଥନ କଲି। ସେ ହାରିଗଲେ ସେଇଟା କଣ ତାଙ୍କର ଭୁଲ ନା ଲୋକଙ୍କର ଭୁଲ।

ତମେ କେମିତି ଡିଲ କରୁଛ କେମିତି ଅର୍ଗାନାଇଜ କରୁଛ ଆଉ ଲୋକଙ୍କ ବିପଦରେ କେମିତି ଠିଆ ହୋଇ ପାରୁଛ। ସେଇଟା ଲୋକଙ୍କ ଉପରେ ନିର୍ଭର କରୁଛି। ସମସ୍ତେ କଣ ଗୋପବନ୍ଧୁ ହୋଇଯିବେ ? ମୁ ଆଦୌ ନିରାଶ ନୁହେଁ। ମସ୍ତିସ୍କରେ ପଜିଟିଭ ଚିନ୍ତାଧାରା ରହିବା ଆବଶ୍ୟକ। ମୁଁ ଜଣେ କବିଟିଏ, ଷାଠିଏରୁ ଅଧିକ କବିତା ଲେଖିଛି। କବି ଭାବେ ସ୍ୱୀକୃତି ମିଳିଛି ଆଉ କିଛି ଆବଶ୍ୟକତା ନାହିଁ। ମୁଁ କଣ ଅବସରପ୍ରାପ୍ତ ହୋଇଯାଇଛି ନା ବୁଢା ହୋଇଯାଇଛି, ଏବେ ଠିଆ କଲେ ବି ମୁ ଜିତିବି।

Also Read  ପୁରୀ ରେଳ ଷ୍ଟେସନରୁ ଲଗେଜ ସ୍କାନିଂ ବେଳେ ଯାତ୍ରୀଙ୍କ ବ୍ୟାଗରୁ ବାହାରିଲା ୨୮ ଲକ୍ଷ ଟଙ୍କା, ଯୁବକ ଅଟକ

LEAVE A REPLY

Please enter your comment!
Please enter your name here