ରାଷ୍ଟ୍ରପତି ନିର୍ବାଚନ: ଭାଇ ପାଇଁ ଉଉଣୀଙ୍କୁ ନିରାଶ କରିବେ ନବୀନ?

0
96

ଭୁବନେଶ୍ୱର: ଆଜି ଅପରାହ୍ନରେ ଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବରେ ବିରୋଧୀ ବୈଠକ କରିବେ। ଏହି ବୈଠକରେ ଏକାଠି ହୋଇ ରାଷ୍ଟ୍ରପତି ପ୍ରାର୍ଥୀ ଦେବା ନେଇ ଆଲୋଚନା ହେବ । ଗତ ଶନିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଣ ଏନଡିଏ ଦଳର ସୁପ୍ରିମୋ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏ ନେଇ ଆମନ୍ତ୍ରଣ ପଠାଇଥିଲେ। ଯେଉଁ 22 ନେତାଙ୍କୁ ମମତା ଆମନ୍ତ୍ରଣ କରିଛନ୍ତି ସେଥିମଧ୍ୟରେ ରହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯାହାଙ୍କ ଉପରେ ବିରୋଧୀ କ୍ୟାମ୍ପର ଆଖି ରହିଛି। ଅନ୍ୟପଟେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ଶାସକ ଦଳ ଓ୍ୱାଇଏସଆର କଂଗ୍ରେସର ମୁଖ୍ୟ ଜଗନ ରେଡ୍ଡୀ ଏନଡିଏରେ ସାମିଲ ନଥିଲେ ବି ମମତା ତାଙ୍କୁ ଆମନ୍ତ୍ରଣ କରିନାହାନ୍ତି।

ସବୁବେଳେ ସମଦୂରତାର ନାରା ଦେଇଆସିଥିବା ନବୀନ ଦିଲ୍ଲୀ ଯିବାର ଯୋଜନା ନାହିଁ। କିନ୍ତୁ ମମତାଙ୍କ ନେତୃତ୍ୱରେ ବସିବାକୁ ଥିବା ଏହି ବୈଠକରେ ସେ କିମ୍ବା ତାଙ୍କର କେହି ପ୍ରତିନିଧି ସାମିଲ ହେବାର କୌଣସି ସୂଚନା ନାହିଁ। ତେଣୁ ଭଉଣୀ ମମତା ବାନାର୍ଜୀଙ୍କୁ ନବୀନ ନିରାଶ କରିପାରନ୍ତି। ତେବେ ନବୀନ ମମତାଙ୍କ ବୈଠକରେ ସାମିଲ ନହେବା ପଛର ଅନେକ କାରଣ ମଧ୍ୟ ରହିଛି ବୋଲି କୁହାଯାଉଛି।

ପ୍ରଥମତଃ ମମତା ବୈଠକ ପାଇଁ ଆମନ୍ତ୍ରଣ କରିବା ପୂର୍ବରୁ ନବୀନ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ଏହି ଭେଟଘାଟ ବେଳେ ନବୀନ ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବେ ବୋଲି ବୁଝାମଣା ହୋଇଥିବା ସୂଚନା ରହିଛି।

ସେହିପରି ରୋମ ଗସ୍ତରେ ଯାଇ ପୋପଙ୍କୁ ଭେଟିବାକୁ ଇଚ୍ଛା ରଖିଥିବା ମମତା କେନ୍ଦ୍ରର ଅନୁମତି ନପାଇ ନିରାଶ ହୋଇଥିଲେ ସମାନ ଉଦ୍ଦେଶ୍ୟ ରଖି କିନ୍ତୁ ନବୀନ କେନ୍ଦ୍ର ପାଖରୁ ରୋମ୍ ଗସ୍ତ ପାଇଁ ଅନୁମତି ପାଇଛନ୍ତି। ତେଣୁ ନବୀନ ବିରୋଧୀ ମେଳିରେ ସାମିଲ ହୋଇ କେନ୍ଦ୍ର ସହ ସମ୍ପର୍କ ଖରାପ କରିବାକୁ ଚାହୁଁନଥିବା ସୂଚନା ରହିଛି।

ଏହା ପୂର୍ବରୁ ମଧ୍ୟ ନବୀନଙ୍କୁ ତୃତୀୟ ସାମ୍ମୁଖ୍ୟରେ ସାମିଲ ହେବାକୁ ଆମନ୍ତ୍ରଣ ଆସିଛି। ହେଲେ ସମୟ ଆସିଲେ ନିଷ୍ପତ୍ତି ନେବେ କହି ପ୍ରସଙ୍ଗକୁ ଟାଳିଦେଇଥିଲେ ନବୀନ। ଉଲ୍ଲେଖଯୋଗ୍ୟ, ଏହି ରାଷ୍ଟ୍ରପତି ନିର୍ବାଚନରେ ଏକାକୀ ଏନଡିଏ ପ୍ରାର୍ଥୀ ଦେଇ ବିଜୟୀ ହୋଇପାରିବ ନାହିଁ । କିନ୍ତୁ ବିଜେଡି କିମ୍ବା ଓ୍ୱାଇଏସଆର କଂଗ୍ରେସ ଭଳି କୌଣସି ଗୋଟିଏ ଦଳ ଯଦି ସମର୍ଥନ କରିବ ତାହେଲେ ଏନଡିଏର ପ୍ରାର୍ଥୀ ବିଜୟୀ ହେବା ସୁନିଶ୍ଚିତ।

Also Read  ପ୍ରଥମାଷ୍ଟମୀରେ ପଢୁଆଁ ହେବେ ବଡ଼ ଠାକୁର : ଘରେ ଘରେ ହଳଦୀ ପତ୍ର ପିଠାର ମହକ

LEAVE A REPLY

Please enter your comment!
Please enter your name here